ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ପ୍ରହଲ୍ଲାଦ ବେହେରା , ଖୋର୍ଦ୍ଧା

         *କୃଷକ*

ସୀମାନ୍ତରେ ସିନା ଜବାନ ଜଗଇ
                         ଦେଶର ଧନ ଜୀବନ
ରକ୍ତକୁ ନିଗାଡି ଅନ୍ନଦାତା ସାଜେ
                           ନାଁଟି ତାର କିଷାନ ।

ଭୂଗର୍ଭରେ ସିଏ ସୁନା ଯେ ଫଳାଏ
                           ଲଙ୍ଗଳ କୁ ସାଥି କରି
ମୂଲ୍ୟବୋଧ ତାର ବୁଝିକି ପାରିବ
                       ଏ/ସି ରେ ଥିବା ସହରି ।

ଝାଞ୍ଜିର ତାତି, କି କୁଆପଥର
                         ଅବା ହାଡ଼ଭଙ୍ଗା ଶୀତ
ପିଠିକୁ ଚଟାଣ ସଜେଇ ଦେଇଛି
                        ସାକ୍ଷୀ ଏକା ପାଳଭୁତ ।

ବନ୍ୟା କି ମରୁଡି ଅବା ପଙ୍ଗପାଳ
                          ବିପର୍ଯ୍ୟୟ ପ୍ରକୃତିର
ଆତ୍ମହତ୍ୟାର ଯେ କାରଣ ସାଜିଛି
                         ଆଜି ଏହି କୃଷକର ।

ଛୁଇଁ ପାରିନାହିଁ ସାହାଯ୍ୟର ହାତ
                         ଶାସକ ଯେ ବାଟବଣା
କର୍ତ୍ତବ୍ୟରେ କେବେ ହେଳା କରିନାହିଁ
                         କରିନାହିଁ ମନ ଉଣା ।

ସ୍ଵାର୍ଥାନ୍ଧେ ମନୁଷ୍ୟ ଦେଖିପାରୁ ନାହିଁ
                          ଅନ୍ଧକାର ଭବିଷ୍ୟତ
ଠିଆ କରୁଅଛି ସ୍ଵଚାଷ ଜମିରେ
                         ଉଚ୍ଚ ଅଟ୍ଟାଳିକା ଛାତ।

ବିଡାବିଡା ଟଙ୍କା ଥାଇ କିବା ଲାଭ
                          ନାହିଁ ଯଦି ଏ କୃଷକ
ଗାନ୍ଧୀ ମୁଣ୍ଡ ନୁହେଁ ଚାଷୀ ଭାଇଟିଏ
                       ବୁଝିଥାଏ ପେଟ ଭୋକ।

ହିନ୍ୟମନା ଆଜି କୃଷକ ଭାଇଟେ
                        ଚାକଚକ୍ୟ ଦୁନିଆରେ
ତୋଳୁଥାଏ ବୋଲି ସୁନାର ଭାରତ
                       ଏହି ପଙ୍କ କାଦୁଅରେ ।
                     
               ଠିକଣା : ପ୍ରହଲ୍ଲାଦ ବେହେରା

             ନୂଆଗାଁ,
             ବାଲିପାଟଣା, ଖୋର୍ଦ୍ଧା(୭୫୨୧୦୨)
             ଫୋନ୍ ନଂ - ୯୩୪୮୩୨୯୭୮୯

             ତା- ୦୨/୦୮/୨୦୨୦   

No comments: