ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ରଶ୍ମିତା ମହାପାତ୍ର , ଭଦ୍ରକ

        କୃଷକ
🌹🌹🌹🌹🌹
ମାଟି କାଦୁଅର ରାଜା,
       ଅସଂଖ୍ୟ ମୁକ୍ତାର ପେଟଭରେ ସିଏ
ସଭିଏଁ ତା'ର ପରଜା
        ରକ୍ତମାଂସରେ ଗଢ଼ା ତା ଦେହ
ଝାଞ୍ଜି ପାହାର କୁ ସହେ
         ସାରା ଜଗତକୁ ଆହାର ଯୋଗାଇ
ଶାଗ ପଖାଳ ସେ ଖାଏ।।

ରାତିଦିନକୁ ଏକ କରି,
        ମୁଣ୍ଡଝାଳ ତୁଣ୍ଡେ ମାରି......
ସଞ୍ଜଯାଏ ଚାଷେ ପଡ଼ିଥାଏ
         ଧରଣୀମାତାକୁ ଜାବୁଡ଼ି ଧରି।।

ତେଲ ଲୁଣର ଜୀବନ,
       ମୁଣ୍ଡରେ ଲଦା ସଂସାର......
ପଖାଳ କଂସାକୁ ତୁଣ୍ଡେ ଗେଞ୍ଜି
       କଟି ଯାଏ ତା'ର ଜୀବନ।।

କର୍ମକୁ ଭଗବାନ ମାନି,
       ଲାଗିଥାଏ ତା'ର କ୍ଷେତରେ....
ଅନାଥ ମାଟିରେ ସୁନା ଫଳାଇବ
         ଭୋକ ଉପାସରେ ପଡି।।

ଖରା ବରଷାକୁ ଖାତିରି ନକରି,
        ଉଠିଯାଏ ରାତି ଅଧରେ......
ହସି ହସି ସହେ କଷ୍ଟ ଯନ୍ତ୍ରଣା କୁ
        ଦାନା ଦବ ଆମ ମୁଖରେ।।

ଧରିତ୍ରୀ ମାତାର ସନ୍ତାନ କୃଷକ,
         କୃଷି କାର୍ଯ୍ୟ ତା'ର ଜୀବନ......
ଟିକି ଆଞ୍ଜୁଳାରେ ଢାଳିଦିଏ ସୁନା
         କିଏ ଅଛି ସୁଝିବ ତା ୠଣ?।।

ଝାଟି ମାଟି କୁଡ଼ିଆରେ ପଡ଼ି,
      କମରେ ଗାମୁଛା ମୁଣ୍ଡେ ପଗଡ଼ି ଭିଡ଼ି...
ଅନ୍ୟ ଓଠେ ହସର ପାଖୁଡ଼ା ବୁଣେ
      ଆପଣାର ବଳିଦାନ କରି।।

ବଳଦକୁ କରି ନିଜ ସାଥୀ,
     ଲଙ୍ଗଳ ଜୁଆଳି ଦିଏ ଯୋଖି.....
ଖାଲି ପାଦେ ସିଏ କରେ ପରିଶ୍ରମ
   ତା ଜୀବନେ କେବେ‌ ନଥାଏ ବିଶ୍ରାମ।।

ପଲକେ ତା'ର ଅସୁମାରୀ ସ୍ବପ୍ନ,
      ହୁଏନା କେବେ ପୂରଣ......
କ୍ଷୁଧାତୁର ମୁଖେ ଅନ୍ନ ଦେଇ ଦେଇ
      କଟିଯାଏ ତା'ର ଜୀବନ।।

ପୁଣ୍ୟମୟ ଏହି ଭାରତେ,
     ତା ଠାରୁ ବଡ଼ କେ ଜଗତେ.......
ଅନ୍ୟନାମ ତୁମ ଅନ୍ନଦାତା
       ଏ...ଜାତିର ତୁମେ ଚିର ନମସ୍ୟା।।

ପ୍ରକୃତିକୁ ଅପରୂପା ସୌନ୍ଦର୍ଯ୍ୟରେ ବିମଣ୍ଡିତ କରି,
     ଶସ୍ୟ ଶ୍ୟାମଳା ପଲ୍ଲୀ ପରିବେଶେ ଭରି
ଦୁଃଖ ଦୁର୍ଦ୍ଦଶାରେ ଯାଏ ତା'ର ଦିନ
      ପେଟ ଲାଗି କରେ ସେ ମୃତ୍ୟୁବରଣ।।

ତଥାପି ନିଷ୍ଠୁର ସମାଜ,
    ବୁଝେ ନାହିଁ କୃଷକର ମୁଲ.....
କୃଷି ଓ କୃଷକ ଦୁହେଁ ଅବହେଳିତ ଓ ଦଳିତ
ପାଣି କାଦୁଅକୁ କୁଳେ ଧରି ବିତେ ତା'ର ଦିନ।।

ଆସ...ହେ ମଣିଷ ଜାତି,
     କୃଷକ ପାଦତଳେ ଢ଼ାଳି ଦେବା ଆମ...
ସ୍ନେହ ଭରା ପ୍ରୀତି ପ୍ରଣତି
     ଆଜି ଏ...ଭାରତ ଦେଶେ
ଦେବା ତାକୁ ଏକ ନୂଆ ପରିଚିତ
       ଗାଇଯିବା ତା'ର ଅମୁଲ ମୁଲର ଗୀତି।।

ରଶ୍ମିତା ମହାପାତ୍ର
ବରପଦା, ଭଦ୍ରକ
ମୋ-8144886361

No comments: