ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ଅଙ୍କିତା ପ୍ରିୟଦର୍ଶିନୀ ସାହୁ , ବରଗଡ଼

       କୃଷକ 
        ====
                                              
ବିଶାଳ ଜଗତେ କି କରିବି ଗାନ, 
  ଚାଷୀର ଶ୍ରମ କେତେ ଯେ ମହାନ     ll

     ନୀରବେ  ସହ୍ୟ କରେ କେତେ କଷଣ, 
       ଥାଉପଛେ ଜମିଦାର ସାହୁକାର ମହାଜନ ଋଣ  ll  

         ଅବନୀ ଗର୍ଭେ କେତେ ସେ ଅତ୍ୟାଚାରିତ ହୁଏ
       ଭୂମିଭାଗେ ପୁଣି ନାନାଦି ଶସ୍ୟ ଲହରୀ ଖେଳାଏ ll

      ଅନ୍ୟ ର ଜମିରେ ସେ ଭାଗଚାଷ କରେ
    ସମ୍ଭ୍ରମଚିତ୍ତେ ତହିଁରେ ଅନେକାଂଶ ଦାନ କରେ     ll

  ସୁଧଖୋର ମହାଜନକୁ ଦେଇପାରେନା ସୁଧ
ସୀମାଧାର୍ଯ୍ୟ  ହେଲେ ଜୀବନ ହାରେ ଅନାସକ୍ତ   ll

  ଦୁଇଓଳି  ଖାଇବା ତା ପକ୍ଷେ କଷ୍ଟଦାୟକ
   ଋଣ ଜୁଡ଼ୁବୁଡ଼ୁ ହୋଇ ଘାଣ୍ଟି ହୁଏ ଅତ୍ୟାଧିକ       ll

     ବୈଶାଖର ଖରା ଝାଞ୍ଜି ବର୍ଷାର ମେଘ ଅସରା
       ସବୁକିଛି ସହ୍ୟ କରି ନିଜେ ନପାଏ ଆଶରା    ll

         ଅମଳ ସମୟରେ ବିଲରେ ଅନିଦ୍ରା ରୁହେ
       ଏହିପରି କର୍ମମୟ ଜୀବନ ବର୍ଷସାରା ଲାଗିଥାଏ  ll

       ବାରମାସରେ ତେର ପର୍ବ ତହିଁ କେତେ ଉତ୍ସବ
      ଭାରାକ୍ରାନ୍ତ ଜୀବନ କୁ ତେଣେ ହାଲୁକା ମିଳିବ     ll

    ଚିରାଲୁଗା କୁ ଗଣ୍ଠାଇ ଅଙ୍ଗେ ଦିଅନ୍ତି
  ପିଲାଛୁଆଙ୍କୁ କେବେ ନ ପଢାଇ ପାରନ୍ତି        ll

ଦେଶ ଓ ଜାତିର କୃଷକ ଅଟେ ମେରୁଦଣ୍ଡ 
ଅଟ୍ଟହାସ୍ୟେ ତା ଉପରେ ଲୋକେ କରନ୍ତି ଘମଣ୍ଡ   ll

  କୃଷକ ବାହୁରେ ବଳ ମୁହଁରେ ଯେବେ ହସ ଫୁଟିବ
  ପଲ୍ଲୀଭୂମିରେ କ୍ଷେତ ଗୁଡ଼ାଏ ନାନାପ୍ରକାରେ
                                                   ହସାଉଥିବ  ll
        
    ନିଜେ ନଖାଇ ଅନ୍ୟକୁ ଖାଦ୍ୟ ଯୋଗାଏ
       ଧନ୍ୟ ସେ କୃଷକ ଶସ୍ୟ କ୍ଷେତରେ 
                                  ସୁନା ଲହରୀ  ଖେଳାଏ ll



=======@=======


ଅଙ୍କିତା ପ୍ରିୟଦର୍ଶିନୀ ସାହୁ 
କଟାପାଲି, ବରଗଡ

No comments: