ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ରଚନା ରଥ , ରାୟଗଡ଼ା

        ------ ରାକ୍ଷୀ ------

ସୈନ୍ୟ ଭାଇ ପାଶେ ପ୍ରଥମେ ତୁ ଯିବୁ ,
ତା ବୀରତ୍ବ କଥା ନିଜେ ଗାଇଦେବୁ ।
କାନ୍ଦିଲେ ଯାଇ କୋଳ କରିଦେବୁ ,
ହସିଲେ କହିବୁ ଭଉଣୀ ଦେଇଛି ରାକ୍ଷୀ ପିନ୍ଧିବାକୁ ।
ଆଶ୍ଚର୍ଯ୍ୟ ହେଲେ ପଚାରିବୁ ତାକୁ ...
ନ ଚିହ୍ନି ସେ ସବୁର ରକ୍ଷା କରିଛି ,
ମୁଁ ତାକୁ ଭାଇ କରି କଣ ଭୁଲ କରିଛି !!
ଯେଉଁ ଦେଶକୁ ରକ୍ଷା କରିବାକୁ ସେ ସାକ୍ଷୀ ରଖିଛି,
ସେଇ ଦେଶର ଗୋଟାଏ ଭଉଣୀ ରାକ୍ଷୀ ପଠାଇଛି ।
..........................................
ମୋ ଭାଇ ପାଶେ ଦ୍ଵିତୀୟରେ ଯିବୁ,
ରୁଷି ଯାଇଥିଲେ କାନ ଧରିଦେବୁ ।
ଶୂନ୍ୟ ଆକାଶରେ ଯେପରି ଜହ୍ନ ,
ନାହିଁ କେହି ମୋ ଭାଇ ଭଳି ସୁନା ଜାଣ ।
ରାକ୍ଷୀର ଡୋରିକୁ ସ୍ନେହରେ ରଂଗାଇଲି ,
ଭାଇଠୁ ଭଳି ସାଙ୍ଗଟେ ପାଇଲି ।
ସଂକୋଚ ନ କରି କହିଦେବୁ ତାକୁ ,
ସେ ହିଁ ମୋ ସୁନ୍ଦର ଜହ୍ନ ଆକାଶର ଜହ୍ନଠୁ।
ହସିଦେବ ଯେତେ ବେଳେ ଶୁଣି ତୋର କଥା ,
ଡ଼େରି ନ କରି ବସିଯିବୁ ତା ହାତେ ଘେନି ସ୍ନେହ ମମତା ।
💐....💐....💐....💐....💐....💐....💐...💐
              ନାମ : ରଚନା ରଥ
   ଗ୍ରାମ : ଗୁମୁଡ଼ା , ଜିଲ୍ଲା : ରାୟଗଡ଼ା
       ମୋ : 8249696332

No comments: