ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ସ୍ୱର୍ଣ୍ଣପ୍ରଭା ଖଟୁଆ , ଯାଜପୁର

        ** ରାକ୍ଷୀ **
ମୋ ବର୍ଷ ତମାମ ଅଳି ଆଉ ଆର୍ଦୋଳି
ଭାଇ ହାତର ଏ ଗୋଟେ ଦିନର ସମ୍ପର୍କର ରକ୍ଷୀ
ମୋ ଲୁହ ବଦଳରେ 
ସେ ଲହୁ ଢାଳେ
ମୋ ସ୍ୱପ୍ନକୁ ସେ ସତରେ ପରିଣତ କରେ.....

ମୁଁ  ଜୀବନ ଯୁଦ୍ଧରେ ଝୁଣ୍ଟି ପଡିଲେ
ସେ ଶକ୍ତି ଓ ସାହାସ ସାଜେ
ମୁଁ ମଉଳି ଗଲେ
ସେ ସ୍ନେହ ଶ୍ରଦ୍ଧାର ତାଜାପଣ ଭରିଦିଏ.....

ମୋ ଅଭିମାନର ବସ୍ତାନିରେ
ସେ ଆନ୍ତରିକତାକୁ ଭର୍ତ୍ତି କରି
ଦୁନିଆ ଦାଣ୍ଡରେ ଚାଲିବାର
ବାଟ ବତାଇ ଦିଏ.....

ସମାଜ ଦୁଆରେ
ମୋତେ ଗୋଲାପ ସଜାଉ ସଜାଉ
ସେ ଅନେକ ଥର ନିଜେ କଣ୍ଟା 
ପାଲଟି ଚାଲେ .....

ମୋ ହସିଲା ଓଠରେ
ତା ଛାତିର ଜଖମ ସବୁ
ଆଶ୍ୱସ୍ତି ପାଆନ୍ତି
ସେ ନୁହେଁ ତା ଆଖିର ଲୁହ ମୋତେ 
ଇଙ୍ଗିତ କରେ.......
💗💗💗💗💗💗💗
ସ୍ୱର୍ଣ୍ଣପ୍ରଭା ଖଟୁଆ
ଯାଜପୁର ,ଚଣ୍ଡିଖୋଲ

No comments: