ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଅଭୟ କୁଣ୍ଡ , ଢେଙ୍କାନାଳ

    *"" ରାକ୍ଷୀ ****
ରାକ୍ଷୀ ନୁହେଁ ସୁତାଟିଏ
ପ୍ରେମର ବନ୍ଧନ ଇଏ
ଭଉଣୀର ଶ୍ରଦ୍ଧାଟିଏ
ବାନ୍ଧେ ରାକ୍ଷୀ ଭାଇ ହାତେ
ଭାଇ ଦିଅ କଥା
କାହା ଆଗେ କେବେ ନୁହେଁ
ନଇଁବନି ଭଉଣୀର ମଥା  ।

ଭଉଣୀର ପ୍ରେମ ପାଇ
ବାନ୍ଧେ ରାକ୍ଷୀ ହାତେ ଭାଇ
କଥା ଦିଅ ଦେବ ରକ୍ଷା
ଆସୁ ଯେତେ ଝଡ଼ ବାତ୍ୟା
ଦେଉଥିବ ସଦା ସେ ସୁରକ୍ଷା  ।

ଭାଇର ଦୁଃଖକୁ ଦେଖି
ଭଉଣୀର ବିଚଳିତ ହୁଏ ମନ
ଭାଇର ମଙ୍ଗଳ ପାଇଁ
ଡାକେ ରକ୍ଷା କର ଭଗବାନ
ବରଷକେ ଥରେ ଶ୍ରାବଣର ଶେଷେ
ପୂର୍ଣ୍ଣମୀର ଏହି ଦିନ
ବାନ୍ଧେ ଭାଇ ହାତେ 
ସମ୍ପର୍କର ସେତୁଟିଏ
ରକ୍ଷା କରିବାକୁ ତାର
ମାନ ଓ ସମ୍ମାନ    ।

ଯେତେ ଦୁରେ ଥିଲେ ଭାଇ
ଭଉଣୀର ଦୁଃଖ ସହିପାରେନାହିଁ
ଭଉଣୀର ଖୁସି ପାଇଁ 
ନିଜ ଜୀବନକୁ ଦେବା ପାଇଁ
କେବେ ସିଏ ପଛଘୁଞ୍ଚା ଦିଏନାହିଁ ।

ଭାଇଭଉଣୀର ପ୍ରେମ
ନୁହେଁ କିଛି ତାର ସମ
ସବୁ କିଛି ଫିକା ପଡ଼େ
ଲାଗେ ସତେ ଧୂସର
କାହିଁକି ନା ଇଏ ସମ୍ପର୍କଟା
ଦିନେ ନୁହେଁ ଜନ୍ମଜନ୍ମାନ୍ତର ।
 

        ଅଭୟ କୁଣ୍ଡ
      ନିମାପଡା ପୁରୀ
     ସହକାରୀ ଶିକ୍ଷକ
ମହିଷାପାଟ ଆଶ୍ରମ ବିଦ୍ୟାଳୟ
       ଢେଙ୍କାନାଳ

No comments: