ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ମହମ୍ମଦ ହନିଫ୍ ସାହା , ଭଦ୍ରକ

  🌻  ( ରାକ୍ଷୀ) 🌻
ବରଷକ ଥରେ ପୃଥିବୀରେ
ପାଦ ଥାପେ ବନ୍ଧନର ପର୍ବ
ରଙ୍ଗିନ ମଖମଲି ସୁତା ରେ
ବନ୍ଧା ହୁଏ ଭାଇ ର ହାତ
ଏହା କେବଳ ରଙ୍ଗିନ ସୁତା ନୁହେଁ ,
ସ୍ନେହ ର ପ୍ରତୀକ ,
ରକ୍ତ ସମ୍ପର୍କର ନମୁନା ,
ଆହୁରି ଅନେକ କିଛି ।।💞

ସୁନା,
ହୀରା, 
ମୋତି ଓ ମାଣିକ୍ୟ
ଠାରୁ ଆହୁରି ମୂଲ୍ୟବାନ
ଭଉଣୀ ର ସ୍ନେହ ଓ ପ୍ରେମ ,
ଭାଈ ର ଆଶିଷ ଛିଡ଼ା  ହୁଏ 
ବରଦାନ ହୋଇ ଗେଲ୍ହା ଭଉଣୀ ପ୍ରତି ।। 💞

ଭାଇ ଭଉଣୀ ର ପବିତ୍ର
ସ୍ନେହ ର ବନ୍ଧନ ସଶକ୍ତ ଚିରସ୍ଥାୟୀ ଯୁଗେ ଯୁଗେ ,
ଗାଇ ଯାଏ ରାକ୍ଷୀ ଟି ସମ୍ପର୍କର ମୂର୍ଚ୍ଛନା
ପଳାତକ ହୁଅନ୍ତି ଯାତନା ସବୁ
ଛଳ ଛଳ ଓଢଣୀ ତଳେ
ଭାଇର ସୁରକ୍ଷା ପାଇଁ
ଭିକ୍ଷା କରେ ଭଉଣୀ
ଅନେକ ଅସଜଡ଼ା ସ୍ଵପ୍ନ ସାକାର ହେଉ...!! ।।💞
••••••••••••••••••••••••••••••••••••••
✍️ ମହମ୍ମଦ ହନିଫ୍ ସାହା
      ନୂଆଗାଁ , ଧାମନଗର  , ଭଦ୍ରକ
ମୋ :9776090824, 8093406796

No comments: