**"" ରାକ୍ଷୀ ***
ସମୟଟା ହେଲା ଭାରି ନିରୀଦୟ
ବଦଳେଇ ଦେଲା ଆଜି ପରିଚୟ
ସମ୍ପର୍କ ଠୁ ଦୂର ହେଲୁ
ସିନ୍ଦୂର କୁ ନିଜର କଲୁ ।।
ତୁ ଥିଲୁ ମୋ ଜୀବନ ର ଧନ
ତୁ ମୋ ଖୁସି ପସରା
ଭଉଣୀ ମୋର ତୁ ନୟନ ର ତାରା
କୋଟି କରେ ଗୋଟେ ପରା ।।
କାହିଁକି ଋଷିଛୁ ମୋ ଜୀବନ ଧନ
କହ ଥରେ ଓଠ ଖୋଲି
ତୋ ନୀରବତା ସହିହେଉ ନାହିଁ
ହସି ଦେ ରାଗ ଭୁଲି ।।
ମୋ ସୁନା ଭଉଣୀ କାହିଁକି ରାଗିଛୁ
କରୋନା ପା ସାଜେ ଦାଉ
ତୋ ପ୍ରେମ ରଖିଥା ସାଇତି
ଆଉ କିଛି ଦିନ ଯାଉ ।।
ଅଭିମାନ ଭାଙ୍ଗି ନିବେଦନ କର
କାଳିଆ ବଳିଆ ପାଖରେ
ଏ ମହାମାରୀ ଯାଉ ଲୋ ହଟି
ଭାଇ ଥାଉ ଭଉଣୀ ପାଖରେ ।।
ତୋ ସେହ୍ନ ରାକ୍ଷୀ ବାନ୍ଧିବୁ ହାତରେ
ଭୁଲି ଯିବି ସବୁ ଦୁଃଖ
ସାରା ଜୀବନ ରୁଣୀ ତୁ କରିଲୁ
ସୁଝି ନ ପାରିଲେ ତୋ ଦୁଃଖ ।।
ଏ ରାକ୍ଷୀ ନୁହେଁ ତୋ ଦୁଇ ଆଖି
ଦେଖୁଥିବୀ ଜୀବନ ଜାଙ୍କ
କାଳିଆ ବଳିଆ କୁ ମାଗୁଥିବୀ ନିତି
ତୋ ହସ ଖୁସି ଭିକ ।।
-----୦----
ଅଭିମନ୍ୟୁ ପ୍ରଧାନ
ଯାଜପୁର..
No comments:
Post a Comment