"କୃଷକ"
ମୁହିଁ ଜଣେ ପରା ଗରିବ କୃଷକ
ଛୋଟ ଘରେ କରେ ବାସ,
ସକାଳ ହୋଇଲେ ଲଙ୍ଗଳ ଧରି କି
କରିବାକୁ ଯାଏ ଚାଷ l
ଖରା, ବରଷାକୁ ନ କରି ଖାତିର
ଖଟିଥାଏ ବାର ମାସ,
କେତେ ଦୁଃଖ କଷ୍ଟ ସହିଥାଏ ସିନା
ମନରେ ନ ଥାଏ ଆସ l
ବର୍ଷା ହୋଇଲେ ବିହନ ବୁଣିଥାଏ
ପାଚିଲେ କାଟେ ମୁଁ ଧାନ,
ଅମଳ କରି କି ଘରକୁ ଆଣେ ମୁଁ
ପରିବାରେ ଥାଏ ମନ l
ମୁଣ୍ଡ ଝାଲକୁ ମୁଁ ତୁଣ୍ଡରେ ମାରି କି
କରିଥାଏ ଚାଷ କାମ,
ଯୋଗାଇ ଥାଏ ମୁଁ ସମସ୍ତଙ୍କୁ ଖାଦ୍ୟ
ତୁଣ୍ଡରେ ଦେଇ ଜୀବନ l
ପୀତାମ୍ବର ମାଝୀ , ଭରୁଆମୁଣ୍ଡା, ନୂଆପଡ଼ା
No comments:
Post a Comment