*କୃଷକ**
=================
କୃଷକ ବ୍ୟଥା
କହିଲେ କଥା
ନଇଁ ଯାଏ ଆମ ମଥା ।
ଔଷଧ ମହଙ୍ଗା
ବିହନ ମହଙ୍ଗା
ଫସଲ ହେଉଛି ଶସ୍ତା ।।
ନା'ନା ଯୋଜନା
ହେଉଛି ସିନା
ଦଲାଲ ଖାଆନ୍ତା ବଣ୍ଟା ।
ମୋ ଦେଶ ଚାଷୀ
ଅଭାବେ ଗରୀବି
ବଙ୍କା ହେଉଛି ତା ଅଣ୍ଟା ।।
ଖରା ବର୍ଷା ଶୀତେ
ବିପଦେ ଆପଦେ
ନାହିଁ ତା ବିଶ୍ରାମ ଟିକେ ।
କୋଟି ପ୍ରାଣ ହୃଦେ
ଯୋଗାଏ ଆହାର
ମିଲୁନି ପାଉଣା ଟିକେ ।।
କର୍ମଚାରୀ ଯେତେ
ମହଙ୍ଗା ଭତ୍ତା
ବାଣ୍ଟି ନେଉଛନ୍ତି ନେତା ।
କାଳିଆ ଟଙ୍କା
ଟଙ୍କିଆ ଚାଉଳ
ଠକେ ପଡ଼ିଲେ ଜନତା ।।
ଖେତରୁ ଧାନ
ମଣ୍ଡି କୁ ଗଲେ
କଟଣୀ ଛଟଣୀ ଯାଦା
ଜୟ କିଷାନ
ଚାଷୀ ମହାନ
ନାରାରେ ନାରାରେ କଥା ।।
ପୋକ ବେମାରି
ଚାଷକୁ ଅଡ଼ୁଆ
ଚାଷୀକୁ ଖାଉଛି ଚିନ୍ତା ।
ଭେଜାଲ ଔଷଧ
ମୋ ଦେଶେ ଥାଇ
ଚାଷେ କି' ରହିବ ମିଠା ।।
=====!!!!!======
ଶ୍ରୀପଦ୍ମନ ରଣା ଗ୍ରା-ଗୌଡ଼ମାଲ ବ୍ଲକ-ଝାରବନ୍ଧ ଜିଲ୍ଲା -ବରଗଡ଼
No comments:
Post a Comment