ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ସନାତନ ଦାସ , ଜଗତସିଂହପୁର

     କୃଷକ 


ମୁଣ୍ଡ ଝାଳ ତୁଣ୍ଡରେ ମାରି ସେ
ଫଳାଏ ମାଟିରେ ସୁନା,
କୃଷକ ଭାଇ ର ପରିଶ୍ରମରେ
ଆମ ମୁହଁରେ ମିଳେ ଦାନା..!୧

ଖରା ବରଷା ଶୀତ କୁ ନ ଡରି
ହଳ ଲଙ୍ଗଳ ଧରି ଯାଏ,
ବନ୍ଧୁର ଭୂମିରେ ସ୍ଵେଦ ନିଗାଡି
ଉର୍ବର କରାଇଥାଏ..!୨

ଭିନ୍ନ ରକମର ଫସଲ ଖେଳେ
ସବୁଜ କ୍ଷେତରେ ତାର,
ମାଟି ମା ର ଯୋଗ୍ୟ ପୁଅ ସେ
ତୁଳନା ନାହିଁ ଯାର..!୩

ତା ପାଇଁ ହସେ ଜୀବ ଜଗତ
ମୁଠାଏ ଖାଦ୍ୟ ପାଇଁ,
ତଥାପି ଆଜି ସେ ଦରିଦ୍ର ଅଟେ
ମୁଣ୍ଡ ଗୁଞ୍ଜିବା ପାଇଁ..!୪

ନିଷ୍ପେସିତ ସେ ସମାଜ ଭିତରେ
ସମ୍ମାନ ତା ପାଇଁ କାଇଁ..?
ସଭିଙ୍କୁ ଖାଦ୍ୟ ଯୋଗାଏ ସିନା
ତା ପେଟକୁ ମୁଠେ  ଦାନା ନାହିଁ..!୫

କୃଷକ ନଥିଲେ କୃଷି ହେବ ନାହିଁ
ମିଳିବନି ଖାଦ୍ୟ ଶସ୍ୟ,
ଭୋକ ଉପାସରେ ସଭିଏଁ ସଢ଼ିବେ
ଜୀବନ ହୋଇବ ଶେଷ..!୬

ବେଳ ଅଛି ଭାଇ ସୁଧୁରି ଯାଅ
କୃଷକ ଭାଇର କର ଇଜ୍ଜତ,
କୃଷକ ହସିଲେ ହସିବ ପୃଥିବୀ
ହସିବ ସାରା ଜଗତ..!୭

(ସତ୍ଵାଧିକାର - ସନାତନ ଦାସ)
ଜଗତସିଂହପୁର

No comments: