କୃଷକ
ମୁଁ କୂଷକ ସଂସାର ସଭ୍ଯତାର ମୂଳ
କୂଷି ସକଳ ଜୀବିକାର ଚୂଳ
କୂଷି କଲା ନର କୁ ଅନ୍ନଦାନ
ଅନ୍ନ ପାଇଁ ମାନବ ଉଠଇ ତେଜି !!!
ଶସ୍ଯ ବୋଲେମୁଁ ଅଛିମାନବ ନିମନ୍ତେ
ଫଳିବି ବୁଣି ଦେଲେ ମତେ
କୂଷି ଟିଏ ଚାହେଁ ସକଳ ଉନ୍ନତି
ଅନ୍ନ ଖାଇ ଜୀବ ହୋଇବେ ଗତି !!!
ମୋ ପରିଶ୍ରମ ମୂଲ୍ଯ ଏଠି କିଏ ବୁଝେ
ମୂଳଚାଳ କରି ଫେରିଯାନ୍ତି ସଭିଁଏ
ଲାଜ କରିନି ଶ୍ରମ କୁ ମୋର
ରଖିଛି ମୋ ଜାତିକୁ ଉଚ୍ଚ ସମ୍ମାନ !!!
ମୋ ଦେଶ ଜାତି ମାଟି କୁ ଧରି
କରେ ମୁଁ ଲଙ୍ଗଳ
ଜନ ମୁହେଁ ହସିବ ହସ
ଘେନି କୂଷି ସଭ୍ଯ ନର !!!
ଧାନ ଗହମ ଚଣା ମୁଗ ବିରି
ମକା କନ୍ଦମୂଳ ଆଳୁ ଉଲି
ବାଇଗଣ ଲଙ୍କା କୋବି କଦଳୀ
କପା କାଉଁରିଆ ପାନ ଆଦି !!!
ଚାଷ କରି ମୁଁ ପାଏ ଲୋକହସା
ବୁଝିବ କେମିତି ତୁମେ ଚାଷ ମିଠା
ଉଠଇ ମୁଁ ରଜନୀ ଘଡି ଥାଇ
ତୁମେ ଥଠାକରି ହସି ଉଠଇ ସଭିଁଏ!
ଦେଖ ମାନବ ମୁଁ କୂଷକ ଜାତି
ଅନ୍ନ ଘେନି ରଖିଛି ସଂସାର
ଅନ୍ନ ବିନା ଜଗତେ ଉଠେ ହାହାକାର
ମାନବ ବୁଝିବୁ କେମନ୍ତ !!!
ଅନ୍ନ ପାଇଁ ରାଜା ହେଉ କି ମନ୍ତ୍ରୀ
ଆଦର କରନ୍ତି ସଭିଁଏ ମତେ
ଅନ୍ନ ମୁଁ ଉଚ୍ଚ ନିଚ୍ଚ ଦେଖିନି
ସଭିଙ୍କ କ୍ଷୁଧା ମେଣ୍ଟେଇ ଦିଏ !!!
ଏଠି ବଡ ବାବୁମାନେ ବୁଝନ୍ତି ନି
ମୋ ଦୁଃଖ ମୁଁ କୂଷକ
ବୋଲି କରନ୍ତି ହୀନ
ଦରିଦ୍ର ରେ ଯାଉଛି ଜୀବନ !!!
🌾🎋🌱🥦🌶️🍒🍆🍅
ଦୁଷ୍ମନ୍ତ ବେହେରା
ରାସୋଳ-ମୁଣ୍ତିଆପଷି
ଢେଙ୍କାନାଳ
ମୋ ନଂ-୯୯୩୭୬୫୨୫୦୪
No comments:
Post a Comment