"କୃଷକ"*
******************************
ସୁନାର"ଭାରତ" "କୃଷି"ରେ ଵିଖ୍ୟାତ
ଏହି'ମୋ ଭାରତ ଭୂଇଁ
କୃଷି କାର୍ଯ୍ୟ ପାଇଁ ବିଶ୍ୱ ଦରବାରେ
ତୁଳନା ତାହାର ନାହିଁ ।(୧)
ଚାଷୀ'ଭାଇ ମୋର ହୋଇ ତର ତର
ବିଲରେ ଫଳାଏ ସୁନା
ବିରାମ ବିହୀନ ଜୀବନ'ଟି ତାର
ନାହିଁ ତାହାର ତୁଳନା । (୨)
ସକାଳୁ ଉଠି ସେ ଘର କାମ ସାରି
ବିଲ'କୁ ତୁରନ୍ତ ଯାଏ
କାଳିଆ କସରା ଦୁଇ ବଳଦ କୁ
ସାଙ୍ଗ'ରେ ସେ ନେଇ ଥାଏ ।(୩)
ବିଲ'ରେ ସେ'ଖାଏ ବିଲ'ରେ ଶୁଏ'ସେ
ଦିନ କଟି ଯାଏ ବିଲେ ଘରଣୀ ତାହାର ଘୁଟୁଣା କୁ ଧରି
ବିଲ କୁ ଯାଏ ତା ତୁଲେ ।(୪)
ଜୀବନକୁ ତା'ର ବାଜି ଲଗାଇ'ଣ
ଦେଶକୁ ଖାଦ୍ୟ ଯୋଗାଏ
ସେଥି ପାଇଁ ସିଏ ବୀର କୃଷକ'ଟି
ଦେଶ ତାକୁ ଝୁରୁ ଥାଏ। ।(୫)
ଖରା,ବର୍ଷା,ଶୀତ କାକର ସହି'ଣ
ଦିନ ରାତି ଖଟୁ ଥାଏ
ଜଗତକୁ ସିଏ ଖାଦ୍ୟ ସେ ଯୋଗାଏ
କୃଷକ ଭାଇ ମୋ ସିଏ ।(୬)
ଦେଶର"ସୈନିକ" ଦେଶର"କୃଷକ"
ଗୌରବ ଆମ ଜାତିର
ଜନ ସେବା କରି ଖାଦ୍ୟ ଯୋଗାଇଣ
ରଖିଛନ୍ତି ମାନ ତାର ।(୭)
ଏହି ଜାତି ଆଜି ଭୁଲି'ତ ଯାଇଛି
"କୃଷକ"ର ଅବଦାନ
କୃଷକ ଆଜି'ତ ଦିନ ହୀନ ଟିଏ
ଦୁଃଖରେ କାଟେ ସେ ଦିନ ।(୮)
ବିଲ'ରେ ଶୁଭୁନି ଆଜି'ତ ଆମର
ହଳିଆ ଗୀତାର ସ୍ୱର
କୃଷକ ଭାଇ'ମୋ ପରିତ୍ୟକ୍ତ ଆଜି
ଦୁନିଆ ରେ ହତାଦର ।(୯)
"ଜାତି"ଆଜି ଜାଗୁ "ଦେଶ"ଆଜି ଜାଗୁ
"କୃଷକ" ଜାତି'ର ପାଇଁ
"କୃଷି"କୁ ସମ୍ମାନ "କୃଷକ"ର ମାନ
ଗୌରବ ରଖିବା ପାଇଁ ।(୧୦)
ଏଦେଶ'ର ସିଏ କୃଷକ ଭାଇ ମୋ
ଦେଶର ଯେ "କର୍ଣ୍ଣଧାର"
ନିଜ ଜୀବନକୁ ଦୁଃଖ'ରେ କଟାଇ
ଦେଶ'କୁ ଦିଏ ଆହାର ।(୧୧)
"ଦେଶ"ଆଜି ହସୁ "ଜାତି"ଆଜି ହସୁ
"କୃଷି"ର ବିକାଶ ହେଉ
"କୃଷକ"ର ଖୁସି ଏ "ଜାତି"ର ଖୁସି
"କୃଷକ" ଗୌରବ ପାଉ ।(୧୨)
******************************
ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁ
ଗ୍ରା/ପୋ-ଚିକିଟୀପେଣ୍ଠ,ଜିଲ୍ଲା-ଗଞ୍ଜାମ
ମୋବାଇଲ-9437771099
******************************
No comments:
Post a Comment