" କୃଷକ "
ଚାଷୀ ଭାଇନା
ହୁଅଇ ଖୁସି
ଶ୍ରାବଣ ମାସେ
ବରଷା ବର୍ଷେ
ହଳ ଲଙ୍ଗଳ ଧରି,
କେତେ ଜତନେ
କ୍ଷେତକୁ ଚସେ
ମଧୁର ହସେ
ମନ ହରସେ
କ୍ଷେତକୁ ସୁନା କରି ........
କେଡେ ସୁନ୍ଦର
ଲାଗେ ବହୁଳ
ଆମରି କ୍ଷେତ
ଜଗତ ହିତ
ଦିଶଇ ମନ ଲୋଭା,
ଫଳ ଫଳଇ
କ୍ଷେତରେ ମୋର
ହସଇ ମୋର
ସୁନା ସଂସାର
ମନରେ ବାନ୍ଧେ ଆଶା .........
ଆମରି ବନ
ବହେ ଗଗନ
ଆମରି ମାଟି
ଦିଅଇ ଶକ୍ତି
ବାସେ ସୁନ୍ଦର ବାସ ,
ଗ୍ରାମର ବାସୀ
ଭାରି ସହାସି
ସଭିଏଁ ଏଠି
କରନ୍ତି ଖଟି
ଫୁଟାଇ ମୁଖେ ହସ .......
ନାତି ନାତୁଣୀ
ଶୁଣନ୍ତି ଗପ
ଜେଜେ ମା ପାଖେ
ପକାଇ ସପ
ହୋଇଲେ ସଞ୍ଜ ବେଳ,
ବରଷା ଟୋପା
ପଡଇ ଝରି
ବେଙ୍ଗୁଲି ରାଣୀ
ଛାଡ଼ଇ ରଡି
ବହିଲେ ଦାଣ୍ଡେ ଜଳ .......
ଅଂଶୁମାନ ସ୍ୱାଇଁ ,ସରମଙ୍ଗା ,ସଡଙ୍ଗ,କେନ୍ଦୁଝର-୭୫୬୧୨୧-୮୨୪୯୦୩୯୧୫୬.
No comments:
Post a Comment