କୃଷକ
_____________________________________
ପ୍ରାଚୀ ତିରେ ଉଦୟ ଭାନୁ ଆଗମନ
ତହିଁ ଆଗରୁ ଯେ ନିଦ୍ରା ତେଜେ
ସବୁ ପ୍ରାଣୀ ମୁହଁରେ ଅନ୍ନ ଦିଏ ଯେ
ସାରା ଦୁନିଆ କହେ କୃଷକ ସେ ।।
ମାଟି ସହ ମାଟି ହୁଏ
ସକାଳୁ ସଞ୍ଜ ଯାଏ
ପେଟରେ ଟୋପାଏ ତୋରାଣି ପକାଇ
ହଳ ଲଙ୍ଗଳ ଧରି ବାହରିଯାଏ ।।
ଓଡ଼ିଆ ଘରର ମଉଡ଼ମଣି ସେ
ବାର ମାସେ ଯାନିଯାତ ପାଳୁଥାଏ
ଅକ୍ଷୟ ତୃତୀୟାରୁ ଅକ୍ଷଧାନ ନେଇ
ଚାଷଜମିକୁ ଶସ୍ୟଶ୍ୟାମଳା କରିଥାଏ । ।
ଚାଷ ଭୂଇଁରେ ଥକିପଡି଼ ଯାଏ ବସି
ଘରୁ ଯାଇଥିବା ପଖାଳ ଆମ୍ବୁଲ କସି
ହିଡ଼ ଉପରେ ଚକାମାଡି଼ , ଖାଇବାକୁ
ସବୁ ସଜାଡ଼ି ଖାଇନିଏ ହସିହସି ।।
ପ୍ରାକୃତିକ ଦୁର୍ବିପାକ ଯେବେ ଆସେ
ପୂର୍ଣ୍ଣ ଶସ୍ୟକ୍ଷେତ୍ର ଉଜୁଡ଼ି ଯାଏ
ତା ଦୁଃଖରେ ସେ ଏକା ମ୍ରିୟମାଣ ହୁଏ
ଦୁଃଖ ଦେଖି କେହି ସାହା ହୁଅନ୍ତିନି ହାଏ.......।।
ପ୍ରୀତିସୀମା ସ୍ବାଇଁ , ଆନନ୍ଦପୁର, କେନ୍ଦୁଝର।
No comments:
Post a Comment