ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ପି.ପୁରବୀ ମହାନ୍ତି , ସୁନ୍ଦରଗଡ଼

             କୃଷକ

"" ଅନ୍ନ ସେ ଯୋଗାଏ ପରିଶ୍ରମ କରେ
କ୍ଷେତରେ ଚାଷୀ ଭାଇ ସୁନା ଫଳାଏ ।
ଖରା ବରଷା କୁ ଖାତିର ନ କରି
କୃଷକ ଭାଇ ଆମ ହଳ ଚଳାଏ ।
ନାହିଁ କେଉଁ ରୂପ ନାହିଁ ସେ କଳନା
ଦିନ ରାତି ତାର ଗୁଣ ଗାରିମା ।
ବରଷା ରାଣୀ ର ବୁନ୍ଦାଏ ପାଣି
କ୍ଷେତ ତା ହସାଏ ଧରଣୀ ରାଣୀ ।
କୃଷକ ମୁହଁ ରେ ଫୁଟାଏ ହସ
ଆକାଶ ରେ ଦେଖି କଳା ବଉଦ ।
ମଥାରେ ପଗଡ଼ି ତାଳ ପତର
କୃଷକ ଭାଇ ର କାନ୍ଧେ କୋଦାଳ ।
ସୁନା ର ଫସଲ ଅମଳ ପାଇଁ
ମାସ କି ଋତୁ କୁ ଖାତିର ନାହିଁ ।
କୃଷକ ଜୀବନ ନୁହଁଇ ସହଜ
ମୁଠାଏ ଆହାର ଯୋଗାଇ ସେ ସଜ ।
ଟାଙ୍ଗରା ବିଲ କୁ ପରିଶ୍ରମ ବଳେ
କ୍ଷେତ କୁ ହସାଇ ସୁନା ଫଳାଏ ।
ମରୁଡି ହେଉ କି ହେଉ ସେ ବନ୍ୟା
ଧର୍ଯ୍ୟ ସହକାରେ ତା ନାହିଁ ଉପମା ।
କୃଷକ ଭାଇ ଆମ ସେ ଅନ୍ନ ଦାତା
ତାଙ୍କ ଭରସେ ସଂସାର ହସି ଉଠେ ତା ।
ଅନନ୍ୟ ତୁମେ ଆମ କୃଷକ ଭାଇ
କରୁ ପ୍ରଣିପାତ ମଥା କୁ ନଇଁ । ""
🌱🌿🌱🌿🌾🌱🌿🌱🌿
ନାମ - ପି.ପୁରବୀ ମହାନ୍ତି
ଠିକଣା - ବଣାଇ ଗଡ଼ , ସୁନ୍ଦରଗଡ଼

No comments: