କୃଷକ
କୃଷକ, ଧୈର୍ଯ୍ୟର ମୂର୍ତ୍ତୀମନ୍ତ ପ୍ରତୀକ
ବର୍ଷା, ଖରା, ଶୀତ ଖାତିର ନ କରି
ପେଟ ପାଇଁ ଦିଏ ଅନ୍ନ ଗଣ୍ଡିକ
କୃଷକ, ଦେଶର ଶାରୀରିକ ଓ ଆର୍ଥିକ ମାନଦଣ୍ଡ
ସ୍ନେହସାର, ପୁଷ୍ଟିସାର ଚିହ୍ନି ନ ଥାଇ ବି
ସଵୁଜ ଫଳରେ ତାର ସଉକ
କୃଷକ, ଆକାଶରୁ ଝରି ଆସୁଥିବା ମୁକ୍ତାନିନ୍ଦି
ପାଣିଟୋପାକୁ ଚାତକ ପରି ଚାହେଁ
ନବୋଢା ତରୁଣୀ ନୁହେଁ, ଵିକଶିତ କୁସୁମ ତା ପ୍ରେୟସୀ
କୃଷକ, ଲୋଭନାହିଁ ଗୌରବାନ୍ବିତ ଵ୍ୟକ୍ତି ପାଇଁ
ଈପ୍ସିତ ତାର ଛାୟାସ୍ନିଗ୍ଧ ଉଦ୍ୟାନ
ଅତୀନ୍ଦ୍ରିୟ ଅନୁଭୂତି ତାର ଅଦମ୍ୟ ଉଦ୍ୟମ
କୃଷକ, ପ୍ରଣୟିନୀର ପଖାଳ କଂସାରେ ସ୍ବର୍ଗୀୟ ଆନନ୍ଦ
ଶ୍ରାନ୍ତକ୍ଳାନ୍ତ ବ୍ୟକ୍ତିକୁ ଖାଦ୍ୟ ଦାନ ପାଏ ସୁଖ
ଶ୍ୟାମାୟମାନ ଦୃଶ୍ୟ ତା ମନର ଭୋକ
କୃଷକ, ମୁର୍ମୂଷୁ ଅବସ୍ଥାରେ ଖାତିର ନ ଥାଏ ଦେହକୁ
ସୁଖପାଏ ପକ୍ତ୍ରିମ ଫଳ ଦେଇ ସଂସାର କୁ
ସ୍ବର୍ଗୀୟ ଆନନ୍ଦ ତାର ଆଧାର ଦେବା କ୍ଷୁଧାର୍ତ୍ତକୁ
କୃଷକ, ବନ୍ୟା, ଵାତ୍ୟା, ମରୁଡିକୁ ପାଖରୁ ଦେଖେ
କଷ୍ଟ ମଧ୍ୟ ଅଙ୍ଗେ ନିଭାଏ ସଂସାରର ସୁଖ ପାଇଁ
ଦେଶର ବେଶୀଭାଗ କୃଷକ ଅଛନ୍ତି ଦୁଃଖେ
କୃଷକ, ସରକାରଙ୍କ ପ୍ରଥମ ପ୍ରାଧାନ୍ୟ ଗୋଷ୍ଠୀ
ଆଜି ମଧ୍ୟ କରୋନା କଟକଣା ତା ପାଇଁ ନାହିଁ
ଶରୀରର ପ୍ରକୃତ ବଳ ଦେଵା ତାର ସ୍ବଵୃତ୍ତି
କଳ୍ପନା ରାୟ , ସହକାରୀ ଶିକ୍ଷୟିତ୍ରୀ,
ଲଇଡା ଵାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର। ।
No comments:
Post a Comment