କୃଷକ
ଧନ୍ୟ! ଧନ୍ୟ ! ଧନ୍ୟ! କୃଷକ ତୁହିରେ
ଧନ୍ୟ! ତୋ କର୍ତ୍ତବ୍ୟ ଧର୍ମ
ଖରା ବରଷାରେ କେତେ କଷ୍ଟ ସହି
କରୁଥାଉ କ୍ଷେତେ କାମ।
କାହା ପାଇଁ ସହୁ ବୈଶାଖ ଖରା
ଶ୍ରାବଣ ବର୍ଷା ଝଡ
ମାଟିର ମଣିଷ ମାଟି ସାଥେ ଜୁଝୁ
ବଙ୍କା କରି ମେରୁ ହାଡ଼।
କେତେ ପାଞ୍ଚ ପାଞ୍ଚ ବିତି ବତି ଯାଏ
ଆସିଲେ ଭୋଟ ବେଳ
ପ୍ରସୂତ ଯୋଜନା କେତେ ନୂଆ ନୂଆ
ବଢାଏ ତୋ ମନୋବଳ।
କାଳିଆ ଯୋଜନା କା ପାଇଁ ହୋଇଲା
ପ୍ରକୃତ ହିତାଧିକାରୀ
ତେଲିଆ ମୁଣ୍ଡରେ ତେଲ ବୋଳାହୁଏ
ବାଟ ମାରଣାକୁ ଧରି।
ନପାଇ ଭରସା ଆତ୍ମ ହତ୍ୟା ପନ୍ଥା
ଶେଷରେ ନେଉ ତୁ ବାଛି
କୃଷକ ପ୍ରଗତି ଖାଲି ପ୍ରତି ଶ୍ରୁତି
କାଗଜ କଲମେ ଅଛି।
ତୋର ଜୟଗାନ ସଭିଏଁ କରିବେ
କିଏ ବା! ଏମିତି ଅଛି
ଋଣ ଗ୍ରସ୍ଥ ଦାଉ ବଢାଇଲେ ଭାଉ
ଦୁଃଖ ଲୁହ ଦେବ ପୋଛି।
ମଣ୍ଡି ରେ ତୋ ଧାନ ହେଉ ପଛେ
ଖତ ନଦେଇ ଉଚିତ ଦର
ସରକାର ଥାଉ ପଛେ ତା ବାଟରେ
ଦଲାଲଙ୍କ କାରବାର।
ଏବେ ତ କରୋନା ସାଙ୍ଗକୁ ସାଧିଛି
ବରଷା ଅଭାବ ଦଶା
କେମିତି କୃଷକ ସହିଵୁ ଏ ଦୁଃଖ
ପ୍ରଭୁ ହିଁ ସାହ଼ା ଭରସା।
କର୍ମ ଯୋଗୀ ତୁହି କର୍ମର ସନ୍ୟାସୀ
କର୍ମ ତୋର ଆଭିମୂଖ୍ୟ
ତୋର ପ୍ରଗତିରେ ଦେଶର ପ୍ରଗତି
ହେଉ ଏହା ମୂଳ ଲକ୍ଷ୍ୟ।
ଘୋଷିତ ପ୍ୟାକେଜ୍ ବାସ୍ତବରେ
ଯେବେ ନେବ କାର୍ଯ୍ୟକାରୀ ରୂପ
କୃଷକ ବାପୁଡା ନ ବାଛିବୁ ପନ୍ଥା
ଆତ୍ମ ହତ୍ୟା ଭଳି ପାପ।
ନଳିନୀ ପ୍ରଭା ମିଶ୍ର
ମୁକୁନ୍ଦ ପୁର , ଆସ୍କା, ଗଞ୍ଜାମ
ମୋ-୯୭୭୭୮୮୭୯୪୨
No comments:
Post a Comment