-------- ରାକ୍ଷୀ ----------
ସେନେହ ପ୍ରେମର ସୂତା ସେ ଅଟେ ମମତା ଡୋରି।
ଅତୁଟ ଭରସା ବିଶ୍ୱାସ ଯହିଁ ରହିଛି ଭାରି।
ନିଃସ୍ୱାର୍ଥ ପ୍ରେମ ର ପ୍ରତୀକ ଶେତ ଦୟୀବିକ ସୂତ୍ର।
ଭଉଣୀ ଭାଇ ଙ୍କ ବନ୍ଧନ, ସେଯେ ବିଶ୍ୱେ ପବିତ୍ର।
ଧାରା ଶ୍ରାବଣ ର ପରବ ଏତ ପୂର୍ଣ୍ଣମୀ ତିଥି।
ଗହ୍ମା ଝରି ଝରେ ସରଗୁ ଗାଈ ଶ୍ରାବଣ ଗୀତି।
ସିନ୍ଦୂର ଚନ୍ଦନ ପ୍ରଦୀପ ଫୁଲ ଦୁବ ସଜାଡି,
ପିଠା ମିଠା ଖିରି ଆରିସା ସୁନା ଥାଳିରେ ବାଢି।
ଭାଇ ହସ୍ତେ ଭିଡ଼ି ସରଗେ ରାକ୍ଷୀ ସୁନା ଭଉଣୀ।
ସୁରକ୍ଷା କବଚ ସଜିବୁ ବୋଲି ମନାସେ ପୁଣି।
ଜୟନ୍ତୀ ବେହେରା
ମାହାଙ୍ଗା, କଟକ
No comments:
Post a Comment