ରାକ୍ଷୀ
-------
କିଏ ଦେଇପାରିବ ତା'ର ମୂଲ୍ଯ ?
ସେତ ଅମୂଲ ମୂଲ ।
ମମତାର ରଜ୍ଜୁରେ ବନ୍ଧା
ଏକ ଅଛିଣ୍ଡା ସୂତା ।
ସ୍ନେହର ଡୋରି
ଭାଇ ଭଉଣୀର ସଂପର୍କର ସାକ୍ଷୀ
ନାମ ତା'ର ରାକ୍ଷୀ ।
ବର୍ଷକର ଏହି ଦିନଟିକୁ
ପ୍ରତ୍ଯେକ ଭଉଣୀ
କରିଥାଏ ପ୍ରତୀକ୍ଷା
ଚାତକ ପରି
କେବେ ଆସିବ ସେ ମୁହୂର୍ତ୍ତ
ଆଉ ସେ ବାନ୍ଧି ଦେବ ରାକ୍ଷୀ
ତା' ଭାଇ ହାତରେ
ଆଉ ଭାଇ ତାକୁ
ଆଜୀବନ ରକ୍ଷା କରିବାର
ପ୍ରତିଶ୍ରୁତି ଦେବାପରେ
ମନ ତା'ର ନାଚି ଉଠିବ
କେଉଁ ଏକ ଅଜଣା ପୁଲକରେ ।
ଭାଇର ସୁରକ୍ଷା ବଳୟ ଭିତରେ ରହି
ତା'ର ଶୁଭ ମନାସି
ଜୀବନର ତରୀ ଆଗକୁ ବାହିନେବ
ସେହି ନିରିମାଖି ।
---------------------------
ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀ
ସା /ପୋ -କୋଷ୍ଠା, ଜିଲ୍ଲା -ମୟୂରଭଞ୍ଜ, ପିନ୍ -757084,ଫୋନ ନମ୍ବର -9438470027






No comments:
Post a Comment