*🌹 ରାକ୍ଷୀ 🌹*
~~~~~~~~~~~~~~~~
ସ୍ନେହପ୍ରେମ ଆଉ ଶ୍ରଦ୍ଧା ଭଲ ପାଇବାର ସତେ କେତେ ନିଆରା ଏ ପର୍ବ,
କେତେ ମଧୁର ସେଇ ଭାଇଭଉଣୀର ନିଆରା ସଂପର୍କ,
ଯାହା ରକ୍ଷା କବଚ୍ଚ ହୋଇ ସର୍ବଦା ଘୁରି ବୁଲୁଥାଏ ଗୋଟେ ଭଉଣୀର ସାଥେ ସାଥେ।
ସବୁ ବର୍ଷ ଭାଇ ର ସ୍ବପ୍ନ ଥାଏ ଭଉଣୀ ହାତରୁ ସେ ଶ୍ରଦ୍ଧାର ରାକ୍ଷୀ ପାଇଁ,
ହେଲେ ଏ ନିଷ୍ଠୁର ସମୟ ଆଜି ଛିଡା ହୋଇଛି ଶ୍ରଦ୍ଧା ମଧ୍ୟରେ ବାଧା ହୋଇ,
ଭଉଣୀର ହୃଦୟରେ ଖେଳି ଯାଇଛି ଦୁଃଖର ଛାୟା।
ଭାବି ହେଉଛି ସେ ବସି ଅତୀତର ସେ ଅଭୁଲା ସ୍ମୃତିକୁ,
ଭାଇ ତାର ଫସି ଯାଇଛି ଦୂର ଦେଶରେ,
ମହାମାରୀର ପ୍ରକୋପରୁ ତାଲାବନ୍ଦର ପ୍ରଭାବ ଭାଇ ପାଇଁ ସାଜିଛି ବାର୍ଦ୍ଧକ୍ୟ।
ଚାତକୀ ପରି ଚାହିଁ ରହିଛି ସେ ତା ଭାଇ ର ଫେରିବା ବାଟକୁ,
ପ୍ରାର୍ଥନା କରୁଛି ଈଶ୍ବରଙ୍କ ନିକଟରେ ନିଜ ଭାଇର ମଙ୍ଗଳ ମନାସି,
କରୋନା ସହ ଲଢେଇ କରୁଥିବା ଭାଇ ର ଶୁଭ ମନାସି ରକ୍ଷା ବନ୍ଧନରେ ଠାକୁରଙ୍କ ପାଖରେ ସମର୍ପି ଦେଇଛି ଦୀପଟିଏ।
/////////////////////////////////////
*✒️ଅଙ୍କିତା ସାହୁ * / ପୁରୀ
*ଓଡିଶା*
No comments:
Post a Comment