--------- ରାକ୍ଷୀ ----
ରେଶମୀର ଡୋର ବାନ୍ଧିଲି ହାତରେ
ଶାଶ୍ୱତ ସମ୍ପର୍କ ଏଇ ଆମର
ବିପଦ ବେଳେ ତୁ ସାହା ହୋଇବୁ
କରିବୁନି କେବେ ପାଖରୁ ଦୂର ।
ଦୁଇ ଖିଅ ସୂତାର ସେ
ସେନେହର ବନ୍ଧନ
ଦୂରେ ଥାଇ ଖୋଜେ ମନ
ତୋତେ ରାତିଦିନ ।
ସ୍ନେହ ପ୍ରେମ ଭକ୍ତି ଭାବେ
ସମ୍ପର୍କ ଏ ନିଆରା
ବରଗଛ ଛାଇ ପରି
ସଦା ଦେଉଥିବୁ ଆଶରା ।
ମାନ ଅଭିମାନ ଯେତେ
ଦିଏ ରାକ୍ଷୀ ଦୂରେଇ
ଦୀର୍ଘ ଆୟୁ ପାଇଁ ତୋର
ପ୍ରଭୁଙ୍କୁ ଯେ ମାଗଇ ।
ତୁ ମୋହର ବଳ ପୁଣି
ସାହସ ଓ ବିଶ୍ୱାସ
ଦେଉଥିବୁ ମୁଖେ ହସ
କରିବୁନି ନିରାଶ ।
💐💐💐💐💐
ପ୍ରିୟଦର୍ଶନୀ ମହାପାତ୍ର
ଶିକ୍ଷୟିତ୍ରୀ
ନୟାଗଡ
No comments:
Post a Comment