ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ସାଧନା ପଣ୍ଡା , ଖୋର୍ଦ୍ଧା

          * ରାକ୍ଷୀ *
 
ବରଷକୁ ଥରେ ଆସେ ଏଇ ପର୍ବ
ଭଉଣୀ ବାନ୍ଧଇ ରାକ୍ଷୀ ,
ସେଇ ରାକ୍ଷୀ ପାଇଁ 
ସାରା ଜୀବନ ରେ
ରହେ ଭାଇ ତା'ର ସାକ୍ଷୀ। 
ଭାବ ବନ୍ଧନର ଡୋର ଏଇ ପୁଣି
କାଳ କାଳକୁ ତ' ସାକ୍ଷୀ,
ବିପଦ ଆପଦେ ସାହା ହୁଏ ଭାଇ  
ଭଉଣୀ ମାନ ପରଖି ।
ଭାରତ ବର୍ଷର ପବିତ୍ର ସଂସ୍କୃତି 
ଡୋର ସେ' ପବିତ୍ର ଅତି ,
ସ୍ନେହ, ପ୍ରେମ ଭରା ପ୍ରୀତି ବନ୍ଧନର
ମହାନ ଅଟଇ  ରୀତି ।
ଆରାଧ୍ୟ ଦେବତାବଳଦେବଙ୍କର
ଜନମେ ହୁଏ ପାଳିତ ,
ଭାଇ ଭଉଣୀଙ୍କ ଅନାବିଳ ସ୍ନେହେ 
ଧରା ହୁଏ ଆନନ୍ଦିତ  ।
କେତେ ଖିରି ପିଠା ଅନ୍ନ ଓ ତିଅଣ
ଭଳି ଭଳି ନବ ବସ୍ତ୍ର, 
ଧୂପ' ଦୀପ,ଦୁବ ଅରୁଆ ଚାଉଳେ
ଗୁହ ହୁଏ ଯେ ପବିତ୍ର  ।
ରାକ୍ଷୀ ସାକ୍ଷୀ ଥାଏ ଭଉଣୀ ମସ୍ତକେ
ଭାଇର  ଅଭୟ ହସ୍ତ  ,
ସାରା ଜୀବନର ସୁରକ୍ଷା ଦାୟିତ୍ୱ  
ଥାଏ ଭାଇପରେ ନ୍ୟସ୍ତ  ।
ଏ'ତ ସୂତା ନୁହେଁ  ସୁରକ୍ଷା କବଚ
ବରଷେ ଭରସା ସାହା ,
ସପ୍ରେମେ ବାନ୍ଧଇ ଭାତୃ ହସ୍ତେ ଭଗ୍ନୀ
ବିପଦୁଁ ଦେଖାଏ ରାହା । 
ଗହ୍ମା ପୁନେଇଁ ରେ ରାକ୍ଷୀ ବାନ୍ଧିବା ଟା
ପୁରୁଣା  ଏ ପରମ୍ପରା  ,
କେତେ ପବିତ୍ର ଏ' ମମତାର ଡୋର
ଭାତୃ- ଭଗ୍ନୀ ସ୍ନେହ ଧାରା ।
ରାକ୍ଷୀ ହାତେ ବାନ୍ଧି ସୁଖ ମନାସଇ 
ଭାତୃ ପଦେ ଭଗ୍ନୀ ବସି,
ଜଗତର ନାଥ ସାହା ହେଉଥାନ୍ତି 
ଦ୍ୟନ୍ତି ଆଶିଷ ବରଷି ।
ବାର ମାସେ ତେର ପରବ ଆମର 
ରକ୍ଷା ବନ୍ଧନଟି ସାର
ଭାଇ ସାଥେ ଭଗ୍ନୀ ଭାଗ୍ୟକୁ ଆଦରି    
ଧନ୍ୟ ଏ ବନ୍ଧନ ଡୋର ।
ଗୋ' ମାତାଙ୍କ ପୂଜା ହୁଏ ଏଇ ଦିନେ
ହଳଧର, ଶେଷଦେବ
ଭକ୍ତଙ୍କୁ ଉଦ୍ଧାରି ତାରନ୍ତି ସେ ମହୀ
ଧରା ହୁଏ ଆମ ସ୍ୱର୍ଗ  ।

ସାଧନା ପଣ୍ଡା , ଭୁବନେଶ୍ବର , ଖୋର୍ଦ୍ଧା

No comments: