କୃଷକ
ବଡ ଯାଦୁକର ମାଟି କାରିଗର
କୃଷକ ଆମ ଦେଶର l
ହାତରେ ତାହାର ବିବିଧ ମନ୍ତର
ଧରାକୁ ଗଢେ ସୁନ୍ଦର ll
ମୁଣ୍ଡରେ ଟୋପର ହସ୍ତରେ ପାଞ୍ଚଣ
ଯନ୍ତର ହଳ ଲଙ୍ଗଳ l
ମହାନ ସାଧକ ଭୂମିର ପୂଜାରୀ
କ୍ଷେତ ଐଶ୍ୱର୍ଯ୍ୟ ମନ୍ଦିର ll
ଉଠଇ ସଅଳ ନକରି କାତର
ନିତ୍ୟ କ୍ଷେତରେ ହାଜର l
ମନରେ ନଥାଏ ସର୍ବଦା ବିକାର
ଦିଶୁଥାଏ ମନୋହର ll
ଖରା ବର୍ଷା ଶୀତେ ନହୋଇ ବ୍ୟଥିତ
କର୍ମେ ସଦା ବ୍ୟତିବ୍ୟସ୍ତ l
ବିଲରେ ମଜଇ ନିଜକୁ ହଜାଇ
ଖଟେ ବିଲେ ନିତି ସୂର୍ଯ୍ୟାସ୍ତ ll
ତପନ ପ୍ରଖରେ ଶରୀରୁ ରୁଧିର
ସ୍ବେଦ ପ୍ରାୟକେ ବାହାରେ l
ସାଧନାର ପଥେ ନିସ୍ଵାର୍ଥ ଚିତେ
କର୍ମକୁ ନିଜେ ଆଦରେ ll
ଋଷି ପାଇଥାଏ ସାଧନାର ଫଳ
ଜୀବନର ଶେଷ ଅନ୍ତେ l
କୃଷକ ଜୀବନେ ସାଧନାର ଫଳ
ପାଏ ସେ ପ୍ରତି ମୁହୂର୍ତ୍ତେ ll
ସାଧନାର ଫଳ ଅତି ନିରିମଳ
ସେବନ୍ତି ସାରା ଜଗତ l
ଜୀବନ ଧାରନ୍ତି ସକଳ ସଜୀବ
ଫସଲ ଖାଦନ୍ତି ନିତ୍ୟ ll
କଙ୍କାଳ ମାନବ ନିଜକୁ ସଜାଇ
ପରର ସ୍ୱାର୍ଥରେ ବ୍ୟସ୍ତ l
ନାହିଁ ତାର ଘର ନାହିଁ ତାର ଦ୍ୱାରା
ଖୁକୁଡ଼ି କୁଡ଼ିଆ ନ୍ୟସ୍ତ ll
ସରଳ ଜୀବନେ ନିଜକୁ ଆଦରି
ଜଗତ କାର୍ଯ୍ୟରେ ଵ୍ୟସ୍ତ l
ପାଳୁଛି ସଂସାରେ କେତେ ମନୋହରେ
ସାଜିଦେଶେ ମହାନାୟକ ll
ଦେଶର ସନ୍ତାନ ଜାତିର ମହାନ
ଧନ୍ୟଧନ୍ୟ ସେ କୃଷକ l
ଜଗତରେ ଶ୍ରେଷ୍ଠ ଗୌରବ ମଣ୍ଡିତ
ତାକୀର୍ତ୍ତି ବିଶ୍ୱରେ ଶ୍ରେଷ୍ଠ ll
.........................
କାମାକ୍ଷା ପ୍ରସାଦ ସାମଲ
ନୂଆ
ଢେଙ୍କାନାଳ
7735751752
କୃଷକ - କାମାକ୍ଷା ପ୍ରସାଦ ସାମଲ , ଢେଙ୍କାନାଳ

Reviewed by ସାହିତ୍ୟ ଜୀବନ
Published:
Rating : 4.5
Published:
Rating : 4.5
No comments:
Post a Comment