କୃଷକ
ଜମି ଚାଷ କରି ଦେଉଛି ଆହାର
ଅଟଇ ପରା ତୁ ଚାଷି,
ପ୍ରାଣୀଙ୍କ ଉଦରେ ଖାଦ୍ଯ ତୁହି ପରା
ଦେଉଥାଉ ହସିହସି |
କୃଷକଙ୍କ ପାଇଁ କେତେ ନଦୀ ବନ୍ଧ
କରିଛନ୍ତି ସରକାର,
ଅାମ ବରଗଡ ଜିଲ୍ଲା ଅଟେ ପରା
ଭାତ ହାଣ୍ଡି ଓଡିଶାର |
ବଇଶାଖ ମାସ ଅକ୍ଷୟ ତୃତୀୟା
ଚାଷ କାର୍ଯ୍ଯ ହୁଏ ଶୁଭ ,
ହଲ ଲଙ୍ଗଲଟି ଧରି କହେ ଚାଷୀ
ଶସ୍ଯ ମୋର ହେଉ ଲାଭ |
ଖରା,ବର୍ଷା,ଶୀତ କାକରକୁ ସହି
ସଭିଙ୍କ ଦୁଖ ହରଇ ,
ମୁଣ୍ଡର ଝାଲକୁ ତୁଣ୍ଡରେ ମାରିତୁ
ସେବାରେ କୃଷକ ଭାଇ
ଚାଷୀର ଜୀବନ ଧରଣୀ ବକ୍ଷରେ
ଖଟୁ ଥାଏ ଦିନ ରାତି ,
ଯେତେ ବାଧା ବିଘ୍ନ ଆସୁଥିଲେ ସିନା
ଯୋଗାଉଛି ଅନ୍ନ ମୁଠି
ପରିଶ୍ରମ କରି କୃଷକ ଭାଇ ଯେ
ଯୋଗାଉଥାଏ ଆହାର
ବନ୍ୟା,ବାତ୍ୟା,ଝଡ ତୋଫାନ ମରୁଡି
କ୍ଷତି ହୋଇଛି ତାହାର |
ବିଲରେ ଅମଲ ବରଷାର ଜଲ
ଦେଖି ହେଉଥାଏ ଖୁସି ,
ନିରୋଲା ବିହନ ଚାଷୀର ଜୀବନ
ଆନନ୍ଦରେ ନାଚେ ହସି |
କୃଷକଙ୍କ ପାଇଁ ସରକାର ପରା
କରିଛନ୍ତି କେତେ ଯୋଜନା ,
ଚାଷ ସରନ୍ଜାମ ଦେଉଛନ୍ତି କେତେ
ଦିଅନ୍ତି ଫସଲ ବୀମା |
ଲାଲ ବାହାଦୁର ଶାସ୍ତୀ କହିଥିଲେ
ଜୟ ଜବାନ କିସାନ,
ଧନ୍ଯ ତୁମେ ବୀର ଦୁନିଆକୁ ପରା
ଯୋଗାଉ ଅଛ ଯେ ଅନ୍ନ |
ଏକ ଶ,ଛତିଶ କୋଟି ଜନତାଙ୍କ
ଉଦରେ ଦିଅଇ ଅନ୍ନ,
ବିପଦେ ସମ୍ପଦେ ହାରିବନି କେବେ
ଧନ୍ଯରେ କୃଷକ ଧନ୍ଯ |
କୃଷିର ଉନ୍ନତି ଦେଶର ପ୍ରଗତି
ହୁଏ ଅର୍ଥନୀତି ବଲେ,
କୃଷକର ରୁଣ ସୁଝି ପାରିବାନି
ଯେତେ ଅଛୁ ମହୀତଲେ |
ନାମ-ଭୀଷ୍ମଦେବ ମେହେର
ଗ୍ରାମ-ଖଇରପାଲି
ଜିଲ୍ଲା-ବରଗଡ
ମୋ-9178416579
No comments:
Post a Comment