ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଯୁବରାଜ କୁଦେଇ , ସୁବର୍ଣ୍ଣପୁର

        ------ ରାକ୍ଷୀ  -----

ଏ ନୁହେଁ ମାମୁଲି ସୂତା ଖିଅ ବନ୍ଧୁ
ଅଟେ ତ ଭାବର ବନ୍ଧନ ,
ଭାଇ ଭଉଣୀର ସେନେହ ସଂପର୍କେ
ଯୋଗାଏ ପ୍ରେମର ଇନ୍ଧନ  ॥

ବରଷକେ ଥରେ ଆସେ ଏ ପରବ
ଆଷାଢ ପୂର୍ଣ୍ଣିମା ଦିନ ,
ଥିଲା,ଅଛି ଆଉ ଆଗକୁ ରହିବ
ଅମ୍ଳାନ ହୋଇ ତା ଚିହ୍ନ  ॥

ଖ୍ଯାତ ଅଛି ବି ତ ଏ ଦିନଟି ସତେ
ଗହ୍ମା ପୁନେଇଁ ବୋଲି ,
ଶୁଦ୍ଧ ପରମ୍ପରା ସେ ଗୋ ମାତା ପୂଜନ
ଆସୁଛି କେଉଁ କାଳୁ ଚଳି  ॥

କେଡେ ସରାଗରେ ଭଉଣୀଟି ସତେ
ଭାଇ ହାତେ ବାନ୍ଧେ ରାକ୍ଷୀ ,
ଦୀପଟିଏ ଜାଳି ଭାଇର ସମ୍ମୁଖେ
ଧର୍ମକୁ ରଖଇ ସାକ୍ଷୀ  ॥

ଭାଇର ଲଲାଟେ ସିନ୍ଦୂର ଲଗେଇ
ଭଉଣୀ ମନାସେ ତା ଶୁଭ ,
ଦୀର୍ଘାୟୁ କାମନା କରି ସେ ଭାଇର
ଶିରେ ଦିଏ ତାର ଅରୁଆ ଚାଉଳ ଦୂବ  ॥

ଭାଇଠୁ ପାଉଣା ପାଇଣ ଭଉଣୀ
ହସି ଦିଏ ଆହା ଯେବେ ,
ଭାଇ ଭଉଣୀର ସଂପର୍କ ତରୁରେ
ଫୁଲ କସି ଧରେ ତେବେ  ॥

ପୁରାଣରେ ଆଉ ଇତିହାସେ କେତେ
ଲେଖା ଅଛି ରାକ୍ଷୀ କଥା ,
ସ୍ନେହ,ପ୍ରେମ,ପ୍ରୀତି ନିଦର୍ଶନର ତ
ଉଜ୍ଜଳମୟ ସେ ଗାଥା  ॥

ଯେଉଁ ବିଶ୍ବାସରେ ବାନ୍ଧିଛୁ ଲୋ ତୁ
ମୋ ହାତରେ ରାକ୍ଷୀଟିଏ ,
ସୁରକ୍ଷା କରିବି କରୁଛି ଶପଥ
ଏ ଜୀବନ ଥିବା ଯାଏ  ॥

××××××××××××××××××××××××

             ଯୁବରାଜ କୁଦେଇ
    ଇଛାପୁର,ଡୁଙ୍ଗୁରିପାଲି,ସୋନପୁର
          ମୋ‐ ୯୯୩୮୮୧୩୭୦୬
                ‐ ୭୯୭୮୭୧୯୫୬୩

××××××××××××××××××××××××

No comments: