ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ରୀତା ଅପରାଜିତl ମହାନ୍ତି , ଖୋର୍ଦ୍ଧା

          - କୃଷକ -
ଆମ ଭାରତ କୃଷି ପ୍ରଧାନ ଦେଶ।
କୃଷକ ଏଠି ମୁଖ୍ୟ।
ସେ ଯୋଗାଇ ଆହାର 
ଆମ ମୁହଁରେ ହସ ଭରିଦିଏ ଅପାର .......।
ହେଲେ କୃଷକ କେତେ ଆଉ ସହିବ।
ଖରା,ବର୍ଷା ,ଶୀତ ତ 
କେବେ ଚକଡl ପୋକ
ଧାନପାଚି ଯେବେ ଝଡିଯାଏ
କେତେ ଅମଳ କରିଥିଲା କଷ୍ଟ ରେ.....।
ବନ୍ୟା ହେଲେ ତା ବିଲରେ 
ଆଣ୍ଠୁଏ ଆଣ୍ଠୁଏ ପାଣି ।
ଅସରl ଅସରl ବର୍ଷା ରେ
ଭାଷେ ତା ଚାଷ ଜମି ।
ଏଇ ଲକ ଡାଉନ ପରିସ୍ଥିତି ରେ ।
କେତେ ଫସଲ ତାର ହୁଏ ନଷ୍ଟ ।
ଏବେ ସେଇ ଚାଷୀ 
ପରିସ୍ଥିତି ଜଟିଳ ।
ଆସନ୍ତୁ ସେମାନଙ୍କୁ ସାହାଯ୍ୟ ର ହାତ ବଢ଼େଇବା l
ଯେମିତି ସେ ଡରିବନି ଜୀବନ ହାରିବନି।
ସେ ହିଁ ପ୍ରକୃତ ଦେଶର ସାରଥୀ ଜୟ କୃଷକ କହି
ସେମାନଙ୍କୁ ସମ୍ମାନ ଦେବା

ରୀତା ଅପରାଜିତl ମହାନ୍ତି
   ---ପ୍ଲଟ ନ  -୮୩(ସି) ଆମ୍ରପଲ୍ଲୀ ,ଭୁବନେଶ୍ବର -୨୧

No comments: