ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ସୌଭାଗ୍ୟବତୀ ଗିରି , କେନ୍ଦ୍ରାପଡ଼ା

             *ରାକ୍ଷୀ*
ରାକ୍ଷୀ ସୀମାହୀନ ସ୍ନେହ ପ୍ରତୀକ
              ସରେନାହିଁ ଯାହା ଜୀବନଯାକ
ଛିଡେନା କେବେ ସେ ସେନେହଡୋର
                 ରହିଥାଏ ଜନ୍ମ ଓ ଜନ୍ମାନ୍ତର
ଡୋର ଅଟଇ ସେ ସଦ୍ଭାବନାର
                କି ବର୍ଣ୍ଣିବି ନାହିଁ ତା ପଟ୍ଟାନ୍ତର
ରାକ୍ଷୀ ନୁହେଁ ସେ ତ ରକ୍ଷାକବଚ
            ଦେଖେ ନାହିଁ ସିଏ ଉଚ୍ଚ କି ନୀଚ୍ଚ
ବରଷକେ ଥରେ ରାକ୍ଷୀ ପୁନେଇଁ
               ଏକାଠି ହୁଅନ୍ତି ଭଉଣୀଭାଇ 
ରାଗରୁଷା ସବୁ ଯାଏ ଉଭେଇ
              ସେନେହଶରଧା ବର୍ଷା ହୁଅଇ
ଶକ୍ତିଭରା ସେଇ ରାକ୍ଷୀର ଗୁଣ
              ଗାଏ ଇତିହାସ ଗାଏ ପୁରାଣ 
ରଖିବାକୁ ସେଇ ରାକ୍ଷୀର ମାନ
            ବାଜି ଲାଗିପାରେ ଭାଇ ଜୀବନ
ଦୁନିଆ ଦେଖୁଛି ରାକ୍ଷୀମହତ
          ରାକ୍ଷୀର ଡୋରଟି କେଡେ ପବିତ୍ର 
ଯେ ପର୍ଯ୍ୟନ୍ତ ଥିବ ଆମ ଆୟୁଷ
            ଗାଉଥିବା ଆମେ ରାକ୍ଷୀର ଯଶ 


ସୌଭାଗ୍ୟବତୀ ଗିରି 
କେନ୍ଦ୍ରାପଡା

No comments: