------- ରାକ୍ଷୀ -------
ନୁହେଁ ଏ ବନ୍ଧନ ଖଣ୍ଡିଏ ସୂତାର,
ସମ୍ପର୍କ ତ ଇଏ ଜନମ ଜନମର।
ଅଦୃଶ୍ୟ ଡୋରିରେ ବନ୍ଧା ଏ ବନ୍ଧନ,
ସୂତା ରାକ୍ଷୀର କି ଯେ ପ୍ରୟୋଜନ।
ଭାଇ ତ ଭଉଣୀର ସୁରକ୍ଷା କବଚ,
ବିପଦ ଆପଦରେ ସଂକଟମୋଚକ।
ଭାଇ ଥିଲେ ପାଖେ ଭଉଣୀ ନିଡର,
ଭଉଣୀ ଆଖିରେ ଭାଇ ଶ୍ରେଷ୍ଠ ବୀର।
ଦୁଇଟି ଦେହ କିନ୍ତୁ ଗୋଟିଏ ହୃଦୟ,
ଗଙ୍ଗାଠୁ ପବିତ୍ର ଦୁହିଁଙ୍କ ପ୍ରେମ ପ୍ରଣୟ।
ଭାଇ ଭଉଣୀର ଏହି ମଧୁର ସମ୍ପର୍କ
ଛୁଇଁ ପାରେନା ତାକୁ ନିନ୍ଦା ଅପବାଦ।
ଭଉଣୀ ଆଖିରେ ଦେଖିଦେଲେ ଲୁହ,
ଭାଇ ଛାତିରେ ଭରେ ଛାତିଏ କୋହ।
କେବେ ସାଜେ ସେ ଲଙ୍କାପତି ରାବଣ
ଆଉ କେବେ ପୁଣି ସେ କୃଷ୍ଣ ବଳରାମ।
ଭାଇ ହେଲେ ହେଉପଛେ ବଡ କି ସାନ,
ଭଉଣୀ ବାନ୍ଧେ ରାକ୍ଷୀ ରଖିବାକୁ ତା ମାନ।
କଥା ଦିଏ ଭାଇ ରାକ୍ଷୀ ରହିଥାଏ ସାକ୍ଷୀ,
ମାନ ରଖିବ ସେ ଲଗେଇ ଜୀବନ ବାଜି।
ବିଭୁ କୃପାରୁ ପାଇଛି ମୁଁ ଏଗାରଟି ଭଉଣୀ,
ଅଟନ୍ତି ସଭିଏଁ ପରା ମୋ ଜୀବନ ରତ୍ନମଣି।
ସାତ ସିନ୍ଧୁକରେ ସଭିଙ୍କୁ ରଖିଛି ମୁଁ ସାଇତି,
ପ୍ରହରୀ ସାଜି ମୁଁ ଜଗିଛି ଦିନ ହଉକି ରାତି।
ଧୈର୍ଯ୍ୟର ଦେବୀ ମୋର ଜ୍ୟେଷ୍ଠା ସସ୍ମିତା,
ଟିକେ ଧୈର୍ଯ୍ୟହରା ମୋ ଭଗିନୀ ରଶ୍ମିତା।
ଦୁହେଁ ମୋତେ ପର କରି ପରଘର ଦୁହିତା,
ହେଲେ ଉଣା ହେଇନି ତାଙ୍କ ସ୍ନେହ ମମତା।
ଭାରି ଅବୁଝା ସେ ପୁଣି ମନମୁଖୀ ଅନିତା,
ସର୍ବଗୁଣରେ ସଂପୂର୍ଣା ଆମରି ଏ ସୁଚିତ୍ରା।
ବୟସରେ ବଡ ସିନା ମୋ ସୁନ୍ଦରୀ ପ୍ରିୟଙ୍କା,
ତଥାପି ମନଟା ତାର ଆଜି ବି ଛୁଆ ପରିକା।
ନୀରିହ କଅଁଳ ହୃଦଭରା ମୋ ସୌଦାମିନୀ
ରୂପ ନୃତ୍ୟ ସଙ୍ଗୀତ ନିପୁଣା ଆମ କୁମୁଦିନୀ।
ବ୍ରହ୍ମାଣ୍ଡ ସୁନ୍ଦରୀ ସରଗପରୀ ମୋ ଶୁଭଶ୍ରୀ,
ତା ପ୍ରତିଦ୍ବନ୍ଦୀ ରୂପେ ଉଭା ଆମରି ସ୍ୱପ୍ନାଶ୍ରୀ।
ଟିକିଏ ରାଗି ଅଳପ ହସେ ଆମ ମୋନାଲିସା
ମୋ ପ୍ରାଣ ଧନ ମୋ ହୃଦ ସ୍ପନ୍ଦନ ମୋ ଅଭିପ୍ସା।
ମଥା ଛୁଇଁ ଆଜି ସଭିଙ୍କୁ ଦେଉଛି ଗୋଟେକଥା,
ମାନରଖିବି ତୁମର କଟିଯାଉ ପଛେ ମୋ ମଥା।
ସ୍ମୃତି ରଞ୍ଜନ ସେନାପତି
ୟୁକୋ ବ୍ୟାଙ୍କ କର୍ମଚାରୀ
ସାଲେପୁର,କଟକ।
No comments:
Post a Comment