ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ପଦ୍ମାଳୟା ସାମଲ , କେନ୍ଦ୍ରାପଡ଼ା

     *କୃଷକ
............................. 

 ଦିନ ରାତି ବିଲରେ ଥାଏ ମାତି
ମାଟି କାଦୁଅରେ ହେଉଥାଏ ଘାଣ୍ଟି ।।

ସାଥି ହଳ ଲଙ୍ଗଳ ବଳଦ ହଳେ 
 କାଉ ନଡାକୁଣୁ ସଅଳ ଉଠେ ।।

ନାଲି ଚା କୁ ମୁଢି ମୁଠେ 
ଦୁଖଃ ତାହାର ନସରେ ।।

କଷ୍ଟ କରିକି ଯାହା ଅମଳ କରେ 
ସଭିଙ୍କ ମୁହଁରେ ଦାନା ସେ ଭରେ ।।

ଲୁଙ୍ଘି କଛାମାରି ଗାମୁଛା ମୁଣ୍ଡରେ ବାନ୍ଧି 
   ଖରା ବରଷା ସିତ ନକରି ଖାତିରି ।।

ଅମଳ କରେ କେତେ ଶସ୍ୟ 
ଧାନ ମୁଗ ବିରି ମାଣ୍ଡିଆ ଜଅ ।।

 ତାହା ପାଇଁ ଆମ ପେଟ ପୁରେ 
ସେ ଭୋକ ଉପାଶେ ଦିନ କାଟେ ।।

   ମରୁଡି ବନ୍ୟାରେ କ୍ଷତି ଶହେ
ମନ ଦୁଃଖ ନକରି ଚାସରେ ଲାଗି ଥାଏ ।।

       ସେ ବାର ମାସ ଛଅ ୠତୁ 
ବିଲରେ କମକରେ ମନରେ ନରଖି କିନ୍ତୁ ।।

 କୃଷକ ଆମର ଅଣ୍ଣ ଦାତା 
ତାକୁ କର ନାହିଁ ଅଣ ଦେଖା ।।

କୃଷକକୁ ଦେବା ସନମାନ 
କହିବା ମିଶି ଜୟ କିଷାନ  ।।

*ପଦ୍ମାଳୟା ସାମଲ
...କେନ୍ଦ୍ରାପଡ଼ା 

No comments: