ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ଶକ୍ତି ସ୍ବରୁପ୍ ମଙ୍ଗରାଜ୍ , ଖୋର୍ଦ୍ଧା

              କୃଷକ
                  ------
ନିଜେ କାନ୍ଦୁ ଥାଏ, ଅନ୍ୟକୁ ହସାଏ,
ଦିଏ ସଦାବେଳେ ସୁଖ*
ନିଜେ ପିଉଥାଏ,ନିଜର ଲୁହକୁ, କୁହେନି କାହାକୁ ନିଜର ଦୁଃଖ*।୧

ଖରା, ବରଷାକୁ ଖାତିରି ନକରି,
କାନ୍ଧେ ଧରି ଥାଏ ଲଙ୍ଗଳ*
କୃଷକ ଭାଇର, ବିଶାଳ ହୃଦୟ
ସହି ପାରେ ନାହିଁ ଆମ ବିକଳ*।୨

ବୁଣି ଦିଏ ସେତ କାଦୁଅ ବିଲରେ,
ସେହି ଶସ୍ୟ ଶ୍ୟାମଳା ବିହନ*
ଭାବି ବସୁଥାଏ ଅମଳ କଥାକୁ,
ଭୁଲି ତାର ଘର ଆସନ*।୩

ଏ ଦୁନିଆ'ଟା ଆଜି କେଡେ ସ୍ବାର୍ଥପର, ବୁଝେ ନାହିଁ ତାର ମନକୁ*
ଭାବି ଖାଉଛନ୍ତି ଆସନରେ ବସି,
ମାଡି ନିଜ ନିଜ ଗାଦିକୁ*।୪

ଆରେ ତା'ପାଇଁ ପରା ଚାଲିଛି ଦୁନିଆ, ନହେଲେ, ଲାଗନ୍ତାଣି ପୁରା ନିଆଁ*
ପେଟେ ପଡିଜାଏ ଖାଦ୍ୟ ଟିଏ ପରା, ଏଠି ମାରନ୍ତି କଥା ଫୁଟାଣିଆ*।୫

ଭାବ ଥରେ ଟିକେ ବସି, ତାହାରି କଥାକୁ,
ଆମ ପାଇଁ କେତେ'ଯେ କଷ୍ଟ କରୁଛି*
ପେଟେ ଓଦା କନା ନିଜେ ଦେଇ ଦେଇ,
ଆମକୁ ଖାଦ୍ୟ ଟିଏ ପରା ଦେଉଛି*।6

ନିଜକୁ ସେ କେବେ ଖାତିରି ନକରି,
ଦେଶ ପାଇଁ ଯାଏ ମରି*
ତା' କଥାକୁ ଆଜି କେହି ଶୁଣନ୍ତିନି,
କରୁ ଥାଏ ସେ ଗୁହାରି*।୭

ତଥାପି ସେ ବୁଝେଇ ଦିଏ ତାର ମନକୁ,
ଗୋଟେ ପରିବାର ର ବାପ ପରି*
ଆମରି ପାଇଁ'କି ବିଲେ ଖଟୁଥାଏ,
ଦି'ମୁଠା ଖାଦ୍ୟ ପେଟେ ଦେବ ଭରି*।୮

ଅଛି ଆଜି ବୋଲି କୃଷକ ଭାଇଟେ,
ମିଳେ ଆଜି ଟିକେ ଖାଇବାକୁ*
ନିଜେ ପଛେ ସିଏ ନ'ଖାଏ ପେଟକୁ, ବୁଝେ ସଦା'ସେ ଅନ୍ୟର ଭୋକକୁ*।୯

ଧନ୍ୟ ଧନ୍ୟ ତୁମେ, କୃଷକ ଭାଇ ଆମର,
ତୁମେ ଦେଶ ପାଇଁ ସଦା ଅମର*
ଦୁଇ ହାତ ଯୋଡ଼ି କରୁଛି ବିନତୀ , ତୁମେ ସଦା ରହୁ ଥାଅ ଖୁସିର*। ୧୦

- ଶକ୍ତି ସ୍ବରୁପ୍ ମଙ୍ଗରାଜ୍ (୬୩୭୦୬୨୯୨୧୭)ଠିକଣା:-ଖଣ୍ଡଗିରି, ଭୁବନେଶ୍ବର

No comments: