ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - କାମାକ୍ଷା ପ୍ରସାଦ ସାମଲ , ଢେଙ୍କାନାଳ

               ---- ରାକ୍ଷୀ -----
କେତେ ଶରଧାରେ       ବରଷକେ ଥରେ
       ବିରାଜେ  ସେହି ପୁନେଇଁ l
ଭାଇ ଭଉଣୀର         ସେନେହ ପରବ
      ଆସିଛି  ରାକ୍ଷୀ ପୁନେଇଁ ll1
ପ୍ରାଚୀନ କାଳର       ଅତି ଆପାଣାର
        ଅଟଇ ଗହ୍ମା  ପୁନେଇଁ l
ଭାଇ ଭଉଣୀର         ନିବିଡ଼ ସମ୍ପର୍କ
       ଅଟେ ପୁରାଣ କାହାଣୀ ll2
ବିବିଧ ରାଇଜେ       ପାଳନ୍ତି ସରାଗେ
        ଭିନ୍ନଭିନ୍ନ ନାମେ ପୁଣି l
ଉତ୍ତର ଭାରତେ     କାଜିର ପୂର୍ଣ୍ଣିମା
       ଦକ୍ଷିଣରେ ନାରିକେଳ ll3
ଉପକୂଳ ରାଜ୍ୟ      ପୁଜନ୍ତି ବରୁଣ
       ସମର୍ପଣ କରି  ଶ୍ରୀଫଳ l
ମଧ୍ୟ ଭାରତରେ     ଅବନୀ ଅଃଟ୍ୱମ
      ପଳାନ୍ତି ନାନା ମଉଜେ ll4
ବ୍ରାହ୍ମଣ ପାଳନ୍ତି     ପଇତା ପୂର୍ଣ୍ଣିମା
    ଶ୍ରାବଣୀ ବେଦଉପାକର୍ମେ l
ଦଶହରା ପେଇଁ      ପାଇକ ଆଖଡ଼ା
    ଶିଖିବା  ଗହ୍ମାଡିଆଁ  ଖେଳ ll5
ସତ୍ୟରୁ ଦ୍ୱାପର     କଳିର ଅତୀତ
      ବର୍ଣିତ ଯେ  ଇତିହାସେ  l
ଭାଇ ଭଉଣୀର      ଅର୍ଜିତ କାହାଣୀ
     ପ୍ରଚାରଯେ ଘରେଘରେ ll6
ବିଷ୍ଣୁଙ୍କ ଘରଣୀ     ଲକ୍ଷ୍ମୀ ସାଆନ୍ତାଣୀ
      ବାନ୍ଧିଲେ ପାଟର କାନି l
ଚିରକାଳ ପାଇଁ     ମାତା ନାରାୟଣୀ
     ବଳିର ହେଲେ ଭଗିନୀ ll7
ଶିଶୁପାଳ ବଧେ     ରୁଧିର ହସ୍ତକୁ
     ବାନ୍ଧିଲା ଦ୍ରୌପଦୀ କାନି l
ଭ୍ରାତା ପଣରଖି     କୋଟିବସ୍ତ୍ର ଦେଇ
     ଲଜ୍ୟାରୁ ବାରିଲ  ସ୍ଵାମୀ  ll8
ଭ୍ରାତା ବଳଭଦ୍ର       ରୁକୁଣି ଗର୍ଭରୁ
      ଜନମିଲେ ସେହିଦିନ l
ହଳଧର ନାମେ     ପ୍ରସିଦ୍ଧ ବଳିଆ
    ପାଳେ  ବଳରାମ ଜନ୍ମ ll9
ବରଷାରେ ଭିଜି    ଆନନ୍ଦରେ ରାଧି
    ଖେଳେ  ଦୋଳି ସାତଦିନ l
ଦୋଳିରେ ଝୁଲିଣ     ସେହି ରାଧା କୃଷ୍ଣ
      ରଖିଲେ ନାମ ଝୁଲଣ ll10
ପୁର ପଲ୍ଲୀ ନିତି       ଶରଧାରେ ଅତି
       ଗାଈଗୋରୁଙ୍କୁ ସେବନ୍ତି l
ଗୁହାଳ ସଜେଇ       ପିଠାପଣା ଦେଇ  
     ଗୋରୁ ଚରଣ ପୁଜନ୍ତିll11
ଆନନ୍ଦ ଉଲ୍ଲାସେ       ଭାଇର ହସ୍ତରେ
      ସରାଗରେ ବାନ୍ଧେ ରାକ୍ଷୀ l
ଦ୍ୱୀପ ସାକ୍ଷୀ ରଖି    ସିନ୍ଦୁର କୁ ମାଖି
     କହଇ ରଖିବୁ ମାନ  ll12
ଯୁଗଯୁଗ ପାଇଁ     ସେହି ଭାଇ ସାଜେ
      ତାହାର  କବଚ ଆଜି l
ବିପଦ ଆସିଲେ    ନିଜେ ଟଳିପଡି
     ରଖେ ଭଉଣୀର ବାଜି  ll13

କାମାକ୍ଷା ପ୍ରସାଦ ସାମଲ
ନୂଆ
ଢେଙ୍କାନାଳ
ଦୂରଭାଷ :7735751752

No comments: