ଏକଇଁ ରକ୍ତ ରଙ୍ଗର ୟେ ଦୁଇ ଖିଅ
ଭାଇ ଏବଂ ଭଉଣୀ
ଭାବ ଭରଷା ଓ ବିଶ୍ବାସର ଚିରଞ୍ଜୀବୀ
ବରଦା ବିତାନ ଟିଏ
ମନ୍ତ୍ରବତ୍ ପୂତ ଶକ୍ତିପ୍ରଦ କାହାଣୀ।
ପରମ୍ପରା ପ୍ରାଣର ସବଳ ସନ୍ତକ
ୟେ ଛବିଳ ରାକ୍ଷୀ
ନିରିମଳ ନିଷ୍ପାପ ନିର୍ମାୟା ଚରିତ୍ରର
ପୃଷ୍ଠପୋଷକ ସାଥୀ
ଦୁଇ ଅନାବିଳ ଅନ୍ତରାଳର ସାକ୍ଷୀ।
ବିହି ବିରଚିତ ସୁରମ୍ଯ ଚାରୁ ଲେଖା
ବରଦା ପ୍ରାଣଦାୟୀ ପାର୍ବଣୀ
ପ୍ରୀତି ସାଲୁବାଲୁ ଦିହ ମନ ହୃଦୟର
ସ୍ମୃତି ଜନ୍ଯ ପରାକାଷ୍ଠା
ମହାନ ମହକର ସାରଥୀ ଶ୍ରାବଣୀ।
ସୌଭାଗ୍ଯର ସମ୍ପର୍କିତ ଶିରୋରେଖା
ସୁଖ ସହାର୍ଦ୍ଦର ଜ୍ବଳନ୍ତ ଶିଖା
ସମ୍ବେଦନା ମୁହଁର ମୁକ୍ଷ ମୁଖର ଡାକ
ୟେ ଯାଦୁ ଜଡିତ ରେଶମୀ ଡୋର
ମନ ଅଳନ୍ଧୁ ଧୋଇ ଦିଏ ପ୍ରେମ ଦିକ୍ଷା।
ପଲ୍ଲୀଠୁଁ ଦିଲ୍ଲୀ ପର୍ଯ୍ଯନ୍ତ ମେଳା ଲାଗେ
ଯେବେ ସେ ଆସଇ ଓହ୍ଲେଇ
ଭାଇ ଭଗିନୀର ପ୍ରେମ କର ଲେଉଟାଏ
ହୃଦୟ ଫୁଲେଇ ଉଠେ
ପ୍ରାଣ ତ୍ଯାଗେ ଭେଦ ଦ୍ବୋଷ ଥିଲେ ରହି।
ମିଳନକୁ ମିଳିଗଲା ପରି ଲାଗେ ମୋକ୍ଷ
ଦାନ ଅବଦାନର ମାନେ ରହେ ନାହିଁ
ଆସିଲେ ପୁନେଇଁ ରାକ୍ଷୀ
ରାକ୍ଷୀକୁ ଖାଲି ଆଖିରେ ଦେଖିଲେ
ଲାଗୁଛି ସେ
ଜରି କାଗଜ ଚୁମୁକି ସୂତା ଦ୍ବାରା ତିଆରି କାରିଗରୀ
ଏକ ନିଷ୍ପ୍ରାଣ ନିରିମାଖୀ
ହେଲେ ତା' ଦୃଷ୍ଟି
ମଗ୍ନ ପ୍ରେମର ସହଚାରିଣୀ ସଜଳ ସଖି
ଅତୁଟ ଭଲ ପାଇବାର ବଳ
ରହେ ସଦା ନିରପେକ୍ଷୀ।
ସୁରେନ୍ଦ୍ର ନାଥ ସାହୁ
କଳମ୍ବ(ଡିହସାହି)
ପୋଲସରା
ଗଞ୍ଜାମ
୭୬୧୧୦୫
ମୋ.ନଂ:-୮୧୨୮୯୧୯୨୫୬
No comments:
Post a Comment