ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ଯାଜ୍ଞସେନୀ ବେହେରା , ମୟୂରଭଞ୍ଜ

         ** କୃଷକ **
 
ଧାନ ବିଲ ହସିଥାଏ କୃଷକ ହାତ ରେ
ଖାଦ୍ୟ ଯୋଗାଇଥାଏ ସଭିଙ୍କ ଉଦରେ

ସେ କୃଷକ ଟିଏ
ସେ କୃଷକ ଟିଏ
ସକାଳ ଆସିଲେ ବାଡ଼ି ବଗିଚାରେ
କୃଷକ ଟେ ପାଏ ଶୋଭା
ମୁଗ ଡାଲି ଆଉ କୋଳଥ ବିରି
କେତେ ଯତନ ରେ ଲଗାଇଥାଏ
ଆହାଃ! ଦିଶେ କେଡେ ମନୋଲୋଭା
ସେ କୃଷକ ଟିଏ
ସେ କୃଷକ ଟିଏ
ସୈନିକ କରେ ଦେଶ ରକ୍ଷା
କୃଷକ ଟି କରେ ଆମ ଭୋକ ରକ୍ଷା
ସୈନିକ ଧରେ ବନ୍ଧୁକ ଗୁଳି
କୃଷକ ଧରେ ମହୀ ଜୁଆଳି
ଖରା ବରଷା କୁ ଖାତିରି ନ କରି
ହଳ ଲଙ୍ଗଳ କୁ କାନ୍ଧ ରେ ଧରି
ସମଗ୍ର ଦେଶ କୁ ଖାଦ୍ୟ ଯୋଗାଇବା ରେ
ଦୁଃଖ କଷ୍ଟ କୁ ସେ କରେ ବେଖାତିରି

ସେ କୃଷକ ଟିଏ
ସେ କୃଷକ ଟିଏ
ଧନ୍ଯ ଧନ୍ଯ ହେ କୃଷକ ଭାଇ
ତୋ ପରି ହେବେ ତ ନାହିଁ
ତୋ ଗୁଣ ଗାରିମା କିଏ ସେ କହିବ
ଯେତେ କହିଲେ ବି ସରିବ ନାହିଁ l

     **ଯାଜ୍ଞସେନୀ ବେହେରା **
**ଧାନଘେରା, ମୟୁରଭଞ୍ଜ **

No comments: