ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ଅମିତ୍ କୁମାର୍ ସାହୁ , କେନ୍ଦୁଝର

      *କୃଷକ*

ଖାତିରି ନକରି ଖରା ବରଷାକୁ
ଯୋଗାଏ ଜୀବନ ଯିଏ
ନାହିଁ ତାର କେଉଁ ରୂପରେ କଳନା
କୃଷକ ଭାଇଟି ସିଏ,

ପରିଶ୍ରମ ତାର ବର୍ଷ ବାରମାସ
ଦିନ ରାତି ଛଅ ଋତୁ
ଆନନ୍ଦ ମୋଉଜେ ଆମରି ଆହାର
ଫଳୁଛି ତାହାର ହାତୁ,

ହେ ବିଶ୍ୱ ଜନତା ଆହ୍ୱାନ ମୋହର
ଜୟଗାନ ହେଉ ନାମ
ଜୀବନ୍ତ ଈଶ୍ୱର ନାମେ ତା ପ୍ରଚାର
କୃଷକ ଭାଇ ସେ ଆମ।।

               *ଅମିତ୍ କୁମାର୍ ସାହୁ*
_ଧକୋଠା,ଆନନ୍ଦପୁର,କେଓଁଝର,758015_
               *7008872788*

No comments: