କୃଷକ
************************
ଅକ୍ଷୟ ତୃତୀୟା ଚାଷୀ ପରବ,
ଚାଷୀ ପୁଅ ବୋଲି କରେ ଗରବ ll
ସକାଳୁ ଉଠି ଚଷା ଭାଇ ମୋର,
ହଳ ଧରି ଯାଏ କ୍ଷେତକୁ ତା'ର ll
କ୍ଷେତେ ଖାଏ ଘରୁ ବୁହା ପଖାଳ,
କ୍ଷେତରେ ଅରଜେ ସୁନା ଫସଲ ll
ଖରା ବରଷାକୁ ନ ଡରି ସେହି,
ଖାଇବାକୁ ଖାଦ୍ୟ ଦିଏ ଯୋଗାଇ ll
ଯୋଗାଏ ଖାଦ୍ୟଶସ୍ୟ ତୈଳବୀଜ,
ତା'ଯୋଗୁଁ ଧରିତ୍ରୀ ଦିଶେ ସବୁଜ ll
ଝାଟିମାଟି ଘରେ କରଇ ବାସ,
ଥିଲେ ଖାଏ ନଥିଲେ ଉପବାସ ll
କାହା ଅଧୀନରେ ମୁଣ୍ଡ ଵିକେନି,
କୃଷକ ଅଟେ ବଡ ସ୍ୱାଭିମାନୀ ll
ନିଜେ ସହିଥାଏ ଭୀଷଣ ଦୁଃଖ,
ଅନ୍ୟ ମୁଖେ ଦିଏ ଆନନ୍ଦ ସୁଖ ll
ଆଜିକାଲି ଦେଖିବାକୁ ପାଇବ,
କୃଷକ ପ୍ରତି ନିନ୍ଦନୀୟ ଭାବ ll
କୃଷକର ପିଲା ବୋଲି ସମାଜେ,
କେତେପିଲା କହି ନଥାନ୍ତି ଲାଜେ ll
ବାପ କରୁଥିବ କ୍ଷେତରେ ଚାଷ,
ପୁଅ କହେ ବାପା କରେ ବିଜିନେସ ll
ସତେ କଣ କୃଷକ ଜାତି ହୀନ,
ତା'ପାଇଁ ନାହିଁ ସମାଜେ ସମ୍ମାନ ll
ଧରିତ୍ରୀ ର ବନ୍ଧୁ କୃଷକ ଭାଇ,
ତା'ପାଇଁ ବଞ୍ଚୁଛେ ଭୁଲିବା ନାହିଁ ll
********🙏🙏**********
ଶ୍ରୀଧର ବେହେରା
ନରସିଂହପୁର, କଟକ
No comments:
Post a Comment