--- ରାକ୍ଷୀ -----
-------------------------------------
ରାକ୍ଷୀ ବନ୍ଧନ ଯୁଗ ଯୁଗ ଧରି ରହି ଆସିଛି
ଭାଇ ଭଉଣୀ ସମ୍ପର୍କ
ପୁରାଣ ପୋଥିରେ ଲେଖା ହେଇଛି ।।
ଭଉଣୀ ପାଇଁ ରାବଣ ଭଗବାନଙ୍କ ସହ ଯୁଦ୍ଧ କରିଛି
ଆଜିବି ତା ବୀରତ୍ୱର ପ୍ରମାଣ ରହି ଆସିଛି ।।
ଶ୍ରୀକୃଷ୍ଣ ସାଜି ଥିଲେ ଦଉପତିଙ୍କ ଭାଇ
କୁରୁ ସଭାରେ ଦଉପତିଙ୍କ ଲଜ୍ୟା ନିବାରଣ ପାଇଁ
ବସ୍ତ୍ର ଦେଇଥିଲେ ଯୋଗେଇ ।।
ବଳି ରାଜାଙ୍କୁ ରାକ୍ଷୀ ପିନ୍ଧାଇ
ଲକ୍ଷ୍ମୀ ବନେଇ ଥିଲେ ଯେ ଭାଇ
ନାରାୟଣଙ୍କୁ ଦ୍ଵାରପାଳରୁ ମୁକ୍ତି କରାଇ
ପାତାଳ ପୁରରୁ ଆଣିଥିଲେ ଫେରାଇ ।।
ଭାଇ ହାତରେ ଭଉଣୀର ପବିତ୍ର ରାକ୍ଷୀ
ଯୁଗ ଯୁଗ ଧରି ରହିଛି ସାକ୍ଷୀ ।।
---------***-------***-------
ଭଉଣୀ---
ଆସିଛି ରାକ୍ଷୀ ପୁନେଇ
ଭଉଣୀ ବସିଛି ତୋ ବାଟ ଅନେଇ।
ହାତରେ ତୋର ରାକ୍ଷୀ ବାନ୍ଧିବି
ଭାଇ ଠାରୁ ମୋର ସପଥ ନେବି।
ସୁଖ ଦୁଃଖରେ ସାଥିରେ ଥିବ
ସ୍ନେହ ପ୍ରେମରେ ଉଣା ନ ଦବ।
ଉପହାର କିଛି ଲୋଡ଼ା ମୋ ନାହିଁ
ସବୁବେଳେ ପାଖରେ ଥିବୁ ମୋ ଭାଇ।
ତୁ ମୋ ହସ
ତୁ ମୋ ଖୁସି
ଭାଇ ମୋର ସବୁବେଳେ ଥାଉ ଯେ ହସି।
ହାତରେ ରାକ୍ଷୀ ମଥାରେ ଫୁଲ ଚନ୍ଦନ
ମୋ ଉପରେ କେବେ କରିବୁନି ଅଭିମାନ।
କିଛି ଭୁଲ ଥିଲେ ଭାଇ ମୋର କ୍ଷମା କରିବ
ମୋ ଭାଇ ପରି ଜଗତରେ କିଏ ସେ ହବ।
ଭାଇ--
ତୋର ମୋର ସମ୍ପର୍କ ଜନ୍ମ ଜନ୍ମର
ରାକ୍ଷୀ ନୁହେଁ ଏ ସ୍ନେହ ମମତାର ଡୋର।
ଏ ରାକ୍ଷୀ ତୋର ରହିବ ସାକ୍ଷୀ
ତୋ ଜୀବନେ ଆସିବାକୁ ଦେବିନି ବିପତ୍ତି।
ଯେମିତି ଅଛନ୍ତି ଜଗା ବଳିଆ ସୁଭଦ୍ରା ପାଖରେ
ସେମିତି ସବୁବେଳେ ରହି ଥିବି ମୁଁ ତୋ ସାଥିରେ।
ତୁ ମୋ ଗେହ୍ଲେଇ
ତୁ ମୋ ଫୁଲେଇ
ତୁ ମୋ ସରଗ ପରୀ
ତୋ ଜୀବନରେ ସୁଖ ଭଗବାନ ଦିଅନ୍ତୁ ଭରି।
ତୋ ସାରା ଜୀବନ ହସ ଖୁସିରେ ଚଳୁ
ତୋ ମୁଣ୍ଡରେ ହାତୀ ସୁନା କଳସ ଢାଳୁ।
------***--------***------***-------
ଜଗମୋହନ ପ୍ରଧାନ
ଶକୁନ୍ତଳାପୁର, ଯାଜପୁର
No comments:
Post a Comment