ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ସରସ୍ବତୀ ସାଲିମା , ସମ୍ବଲପୁର

**** ରାକ୍ଷୀ *****
ସୂତା ଡୋରୀ ମୋର କହୁଛି ଶୁଣ
ଦୂର ଦେଶେ ଯାଇ କହିବୁ କ'ଣ
ବେଗେ ବେଗେ ଯିବୁ ଭାଇଙ୍କ ପାଶେ
ମୋ ଅଳିଅଝଟ ତାକୁ ନ ଦିଶେ।

ମାଁ ବାପାଙ୍କୁ ମୋ ଜଣାଇବୁ ଜୁହାର
ଭାଇ ଭାଉଜ ଙ୍କୁ ମୁଣ୍ଡିଆ ମୋର
ଛୋଟ ଭାଇ ମୋର ଟିକିଏ ଚଞଳ
ଡେରୀ ହେଲେ ରୁଷି ଯିବ ସଅଳ।

ମୁଁ ଗଲିନି ବୋଲି ଯେମିତି ରୁଷି ନ ଯିବେ
ରାକ୍ଷୀ କହୁଛି ଶୁଣ କିଏ କେଉଁଠି ଥିବେ
ମୋ ମାଁ ଙ୍କୁ ଯାଇ କହିବୁ ଏପରି
ଆସୁ ଆସୁ ମୋର ହଇଗଳା ଯେ ଡେରୀ।

ଭାଉଜ ରୋଷେଇ କାମ ତେଣିକି ଥାଉଁ
ଗଲ ଛୋଟ ଭଉଣୀକୁ ଡାକି ଆଣିଲ
ଚନ୍ଦନ ସିନ୍ଦୂର ଯୋଗାଡ଼ ହଉ
ଦୀପ ଜାଳି ବନ୍ଧାଇ ବା ପାଇଁ କି
ଯତ୍ନ ରେ ବଢାଅ ବନ୍ଧନ ଡୋରୀ ଟି।
ଭିଡିଓ କଲ୍ କରିବାକୁ ଯେମିତି ଭୁଲି ନଯିବ
ସବୁ କାମ ଠିକ ଠିକ୍ ରେ କରିବ।

ଦେଇଥିଲି କଥା ହେଲା ପୂରଣ
ଏଥର ଭଉଣୀ କ'ଣ କହିଛି ଶୁଣ
ଯାନିଯାତରା କୁ ଆସିବ ନେଇ
ସାଙ୍ଗସାଥୀ ଙ୍କୁ ଦେବ ବୁଝାଇ
ଯାଇପାରିଲିନି ଏଥର ସିନା
କେହି କରିବେନି ଯେମିତି ମନ ଉଣା।

ଟଙ୍କା ପଇସା ମୋର ଲୋଡ଼ା ନାହିଁ
ଭାଇଙ୍କ ଆଶିର୍ବାଦ ଓ ସେହ୍ନ ଯଥେଷ୍ଟ ମୋ ପାଇଁ
ମନେ କରି ଯେମିତି କହିବୁ ତୁହି।
ଜଗନ୍ନାଥ ଙ୍କ ଆଶୀର୍ବାଦ ଥାଉଁ ତାଙ୍କ ଉପରେ ଯେମିତି
ସୁନା ରାକ୍ଷୀ ଟା ମୋ ହେଲା ରହୁଛି ଇତି।।।

ସରସ୍ବତୀ ସାଲିମା
ସମ୍ବଲପୁର

No comments: