ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ସଂଗ୍ରାମ କେଶରୀ ନାୟକ , ପୁରୀ

<<<<<<<<< ରାକ୍ଷୀ >>>>>>>>>
'''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''''
ଯେତେ ଓଷାବ୍ରତ ପୁନେଇ ପରବ
ଉକ୍ରଳ ସଂସ୍କୃତି ର ଗର୍ବ ଗୈାରବ।
ବାର ମାସରେ ବାର ପୁନେଇ ଧାରା
ସେଥି ମଧ୍ୟରୁ ଗହ୍ମା ପୂର୍ଣ୍ଣିମା ନିଆରା।
ଶ୍ରାବଣ ର ଶେଷେ  ହୁଏ ଗହ୍ମା ପୂର୍ଣ୍ଣିମା
ରାକ୍ଷୀ ପୂର୍ଣ୍ଣିମା ର ରହିଛି ଏହାର ମହିମା।
ବରଷକେ ଥରେ ଆସେ ଏହି ଦିନ
ଭାଇ ଭଉଣୀ ପବିତ୍ର ସମ୍ପର୍କ ରକ୍ଷା ବନ୍ଧନ।
ଏହି ପୁର୍ଣିମା ଅଟଇ ରାକ୍ଷୀ ପୂର୍ଣ୍ଣିମାର
ଭଉଣୀ ବାନ୍ଧଇ ରାକ୍ଷୀ ଭାଇର ହାତର।
ବଡ ବା ସାନ ହେଉ ପଛେ ଭାଇ
ଭଉଣୀ ଭାଇର ହାତେ ବାନ୍ଧେ ରାକ୍ଷୀ ନେଇ।
ଭଉଣୀ ସର୍ଧାରେ ବାନ୍ଧେ ଭାଇ ହାତେ ରାକ୍ଷୀ
ଏହି ରାକ୍ଷୀ ରହିଅଛି କାଳକାଳ କୁ ସାକ୍ଷୀ।
ସୁତା ଖିଅ ଟିଏ ଯୋଡ଼ି ଥାଏ ସମ୍ପର୍କ ବନ୍ଧନ
ଭାଇ ଭଉଣୀ ସମ୍ପର୍କ ଏହି  ଅତୁଟ ବନ୍ଧନ।
ନୁହଁଇ ଏ ବନ୍ଧନ ସୁତା ଖଣ୍ଡିକର
ଏ ସମ୍ପର୍କ ପରା ଜନମ ଜନମ ର।
କାଗଜ ସୋଲ ତୁଳା ନୁହେଁ ଜରିର ଡୋର
ଏହି ଡୋର ଅଟଇ ସ୍ନେହ ମମତାର।
ଭାଇ ଭଉଣୀ ସ୍ନେହ ମମତାର ଡୋର
ବାନ୍ଧିଥିଲେ ହୋଇଥାଏ ଅତି ଆପଣାର।
ଅଦୃଶ୍ୟ ଡୋରିରେ ବନ୍ଧା ଥାଏ ଏ ବନ୍ଧନ
ସୁତାର ରାକ୍ଷୀ ପରା ନାହିଁ ପ୍ରୟୋଜନ।
ଭାଇ ଭଉଣୀ ସ୍ନେହ ପ୍ରେମର ବନ୍ଧନ
ନଥାଏ ମନରେ କେବେ ମାନ ଅଭିମାନ।
ଏହି ସୁତାର ଡୋର ନୁହଁଇ ସାମାନ୍ୟ
ଏହି ଡୋର ପାଇଁ ଭାଇ ରଖିଥାଏ ମାନ।
ବାନ୍ଧିଦେଲେ ଭାଇ ହାତେ ହୁଅଇ ରାକ୍ଷୀ
ଭଉଣୀ ପାଇଁ ଭାଇ ରହିଥାଏ ସାକ୍ଷୀ।
ଭାଇ ର ମଥାରେ ଚନ୍ଦନ ର ଟିପା ଦେଇ
ଧୁପ ଦୀପ ଫୁଲ ରେ ଭାଇ କୁ ବନ୍ଦାଇ।
ତୋହରି ହାତରେ ମୁଁ ବାନ୍ଧୁଛି ରାକ୍ଷୀ ର ଡୋର
ବିପଦେ ଆପଦେ ତୁ କରିବୁ ଉଦ୍ଧାର।
ମନ୍ତବ୍ୟ ରେ କହିଥାଏ ତତେ ମୋର ରହିଲା ରାଣ
କହିବୁନି କେବେ ହେଲେ କଥା ପଦେ ଟାଣ।
ଶୁଭ ମନାସୁ ଥାଏ ଭଉଣୀ ଭାଇର ପାଇଁ
ମୋ ଭାଇ କୁ କେବେ ହେଲେ ବିପଦ ନଛୁବହିଁ।
ଭାଇ ଭଉଣୀ ର ଏହି ସମ୍ପର୍କ ମଧୁର
ଭାଇ ଥିଲେ ଭଉଣୀ କୁ ନଥାଏ ଡର।
ଦେଖିଦେଲେ ଭଉଣୀ ର ଆଖିରେ ଲୁହ
ଭାଇ ର ହୃଦୟେ ଆସିଥାଏ ପରା କୋହ।
କେବେ ହୋଇଥାଏ ରାବଣ ସଦୃଶ୍ୟ
ହୋଇ ଥାଏ ପୁଣି କୃଷ୍ଣ ବଳରାମ ବେଶ।
ଯୁଗେ ଯୁଗେ ରହିଅଛି ପୁରାଣ ଶାସ୍ତ୍ରରେ
ଦ୍ରୌପଦୀ ବାନ୍ଧିଥିଲେ କୃଷ୍ଣ ଙ୍କ ହାତରେ।
କୁରୁସଭା ତଳେ ପାଉଥିଲେ ଲଜ୍ୟା ର କଷଣ
ଉଦ୍ଧାର କରିଲେ କୃଷ୍ଣ ଦେଇ ବସ୍ତ୍ର ମାନ।
ଆଜିକାଲି  ରାକ୍ଷୀ ବାନ୍ଧି ମାଗନ୍ତି ପାଉଣା
କମିଗଲେ ପାଉଣା ଦିଅନ୍ତି ଉଲୁଗୁଣା।
ଏହା ନୁହଁଇ ଖାଲି ରାକ୍ଷୀର ବନ୍ଧନ
ଏହା ହେଉଛି ଭାଇ ଭଉଣୀ ର ସ୍ନେହ ମମତାର ବନ୍ଧନ।

ସଂଗ୍ରାମ କେଶରୀ ନାୟକ
ସଂଖୁଆ ଗଡରୁପାସ ଗୋପ , ପୁରୀ

No comments: