ରାକ୍ଷୀ
""""""""""""""""""""""""""""""""""""""
ଭଉଣୀ ପାଇଁ ଭାଇର ସଦା ସୁରକ୍ଷା
ଆମ ପ୍ରତିଶ୍ରୁତି ଅଟଇ ପୂର୍ଣ୍ଣ ପ୍ରତିକ୍ଷା
କରିବାକୁ ସିଦା ସାଧା ପୁରା ଅପେକ୍ଷା
ରକ୍ଷା ବନ୍ଧନର ନେବା ଏହି ଦୀକ୍ଷା ।
ପଞ୍ଚୁ ପାଣ୍ଡବ ହେଲେ ପୁରା ନାଚାର
ସମର୍ପଣ ଭାବର କରି ପୁନଃ ବିଚାର
ମିଳିଲାକୋଟି ବସ୍ତ୍ର ଭବ୍ୟ ଉପହାର
ରଙ୍ଗସଭାରେ ଲଜ଼୍ଯା ହେଲା ପରିହାର
ଯାଦୁ ସାମାନ୍ୟ ଟିକେ ଶାଢୀ କାନିର
ଦ୍ରୋପଦୀ ବାନ୍ଧିଥିଲେ କାହ୍ନୁ ହାତର
ସଠିକ ସମୟର ହେଲା ବ୍ୟବହାର
ପାଲଟିଗଲା ତାଙ୍କ ପାଇଁ ତ୍ୟେହାର ।
ସମ୍ରାଟ ରାଣା ପ୍ରତାପଙ୍କ ଭଗ୍ନବୀଣା
ମଧୁର ଭାରରତ ମର୍ମ ହେଲା କିଣା
ଲକ୍ଷ୍ମୀବାଇ ବିଶାଳ ହୃଦୟକୁ ଜଣା
ମୋଗଲର ବିଶାଳ ବଳକୁ ସ୍ମରଣା
ବନ୍ଧନ ଚିହ୍ନା ଅଚିହ୍ନାର ନୁଁହେ ଜଣା
ରାଖି ପ୍ରେରଣର ମାନ ରହିଲା ଉଣା ।
ରକ୍ଷା ବନ୍ଧନ ବୃକ୍ଷ ହାତରେ ଏବେ
ପରିବେଶକୁ ନିଘା ସର୍ବଦା ଥିବେ
ଏହି ଗୁହାରୀ କରୁ ମିଳିମିଶି ସର୍ବେ
ମିଳିକରି ରାକ୍ଷୀ ନର୍ସକୁ ବାନ୍ଧିବେ
ବିପଦେ ସେ ପୁରା ସୁରକ୍ଷା ଦେବେ
ଭାଇପରି ପୁରସ୍କାର ନର୍ସ ପାଇବେ
ରାକ୍ଷୀ ଚେତାଉ ଥିବ ଦିଗ ବିଦିଗେ।
************************
ଦିନବନ୍ଧୁ ବେଜ
ମାଲକାନଗିରି
ସଂପର୍କ : -୭୬୮୩୯୨୦୨୨୧
ରାକ୍ଷୀ - ଦିନବନ୍ଧୁ ବେଜ , ମାଲକାନଗିରି

Reviewed by ସାହିତ୍ୟ ଜୀବନ
Published:
Rating : 4.5
Published:
Rating : 4.5
No comments:
Post a Comment