*** ରାକ୍ଷୀ ***
ରାକ୍ଷୀ ଲୋ ରାକ୍ଷୀ ତୁ ଏକା ସାକ୍ଷୀ...
କେତେ ହସ ଖୁସି କେତେ ସରାଗ
କେତେ ରାଗ ରୁଷା କେତେ ବିବାଦ
ଲିଭେ ନାହିଁ କେବେ ଏ ସମ୍ପର୍କ ଦୀପ
ମଲା ଯାଏ ଜଳେ ହୋଇ ଉଜ୍ଜ୍ୱଳିତ ।
ସବୁଠୁ ଉର୍ଦ୍ଧ୍ୱରେ ସମ୍ପର୍କ ଏହି,
ଭଉଣୀ ଭାଇ ସେ ଭଉଣୀ ଭାଇ (୧)
ରାକ୍ଷୀ ଲୋ ରାକ୍ଷୀ, ତୁ ଏକା ସାକ୍ଷୀ...
ଭିନ୍ନ ଦେହ ତାଙ୍କ ଗୋଟିଏ ମନ
ଗୋଟିଏ ନିଃଶ୍ବାସେ ବହେ ଜୀବନ
ଜଣକ ପାଦରେ ଫୁଟିଲେ କଣ୍ଟ
ଆରକ ଛାତିରୁ ବୋହେ ରକତ ।
ସବୁଠୁ ଉର୍ଦ୍ଧ୍ୱରେ ସମ୍ପର୍କ ଏହି,
ଭଉଣୀ ଭାଇ ସେ ଭଉଣୀ ଭାଇ (୨)
ରାକ୍ଷୀ ଲୋ ରାକ୍ଷୀ ତୁ ଏକା ସାକ୍ଷୀ...
ମୋ କଲମ ଖାତା ତୋ ଛବି ବହି
ତୋର ମୋର କଳି କେତେ ଲାଗଇ
ପୁଣି କଳି ଶେଷେ ଏକାଠି ହୋଇ
ଭାତ ତରକାରୀ ହସି ଖାଇ ବସଇ ।
ସବୁଠୁ ଉର୍ଦ୍ଧ୍ୱରେ ସମ୍ପର୍କ ଏହି,
ଭଉଣୀ ଭାଇ ସେ ଭଉଣୀ ଭାଇ (୩)
ରାକ୍ଷୀ ଲୋ ରାକ୍ଷୀ ତୁ ଏକା ସାକ୍ଷୀ...
ବାପା ଆଣିଦେଲେ ବରା ସିଙ୍ଗଡା
କେତେ ଛଡାପଡା କେତେ ଫୋପଡା
ମାଆ ବାଣ୍ଟିଦେଲେ ସମ ଭାଗରେ
ପୁଣି ଖୁଆ ଖୋଇ କେତେ ଆଦରେ ।
ସବୁଠୁ ଉର୍ଦ୍ଧ୍ୱରେ ସମ୍ପର୍କ ଏହି,
ଭଉଣୀ ଭାଇ ସେ ଭଉଣୀ ଭାଇ (୪)
ରାକ୍ଷୀ ଲୋ ରାକ୍ଷୀ ତୁ ଏକା ସାକ୍ଷୀ...
ଛୁଟିଦିନେ ଭାଇ ଯାଏ ମାମୁଁ ଘରେ
ଭଉଣୀ କୁ ଦେଖ କାନ୍ଦି ଝୁରି ମରେ
ଘରେ ଥିବାବେଳେ କେତେ ଝଗଡ଼ା
ଘରୁ ଭାଇ ଗଲେ ମୁହଁ ନେଫେଡା ।
ସବୁଠୁ ଉର୍ଦ୍ଧ୍ୱରେ ସମ୍ପର୍କ ଏହି,
ଭଉଣୀ ଭାଇ ସେ ଭଉଣୀ ଭାଇ (୫)
ରାକ୍ଷୀ ଲୋ ରାକ୍ଷୀ ତୁ ଏକା ସାକ୍ଷୀ...
ଖୁଦୁରୁକୁଣୀ ଆଉ ଜହ୍ନି ଓଷା କରି
ଭାଇର ମଙ୍ଗଳ ମନରେ ସୁମରି
ମାଆ ମଙ୍ଗଳାଗୋ ମୋ ଭାଇକୁ ରଖ
ବିପଦ ଆପଦରେ ରହ ତାର ପାଖ ।
ସବୁଠୁ ଉର୍ଦ୍ଧ୍ୱରେ ସମ୍ପର୍କ ଏହି,
ଭଉଣୀ ଭାଇ ସେ ଭଉଣୀ ଭାଇ (୬)
ରାକ୍ଷୀ ଲୋ ରାକ୍ଷୀ ତୁ ଏକା ସାକ୍ଷୀ...
ଭଉଣୀ ବିଦାୟେ ଭାଇର କୋହ
କାନ୍ଦେ ଗଛଲତା ଦେଖି ସେ ଲୁହ
ବୁକୁ ଫଟା ସେହି ବିଦାୟି ବେଳା
କେମିତି ମୂର୍ଚ୍ଛିବ ନିଜ ପ୍ରାଣକୁ ଭଲା ।
ସବୁଠୁ ଉର୍ଦ୍ଧ୍ୱରେ ସମ୍ପର୍କ ଏହି,
ଭଉଣୀ ଭାଇ ସେ ଭଉଣୀ ଭାଇ (୭)
ରାକ୍ଷୀ ଲୋ ରାକ୍ଷୀ ତୁ ଏକା ସାକ୍ଷୀ...
ସୂର୍ଯ୍ୟ ଲୁଚିଯାଏ ଚନ୍ଦ୍ର ହଜିଯାଏ
ହଜେନା ସେନେହ ଭାଇଭଉଣୀର
ସବୁଠୁ ଉର୍ଦ୍ଧ୍ୱରେ ସେ ସମ୍ପର୍କ ସୂତା
ଆଉ ଯେତେ ସବୁ ବାଆ କୁ ବତା ।
ସବୁଠୁ ଉର୍ଦ୍ଧ୍ୱରେ ସମ୍ପର୍କ ଏହି,
ଭଉଣୀ ଭାଇ ସେ ଭଉଣୀ ଭାଇ (୮) ।
ରାଣ ଦେଇ କହେ ଶୁଭଦ୍ରା ଭଉଣୀ
ଆସିବ ଗୋ ନିଶ୍ଚେ ହେ ରାକ୍ଷୀ ପୁନେଇଁ
ଭାଇ ମୋର ପରା ସରଗ ର ରଜା
ହୀରା ନୀଳା ମୋତି ତା ପାଇଁକି ଖଞ୍ଜା
ତୁମେ ନ ଆସିଲେ କେମିତି ସାଜିବି ଭଉଣୀ ର ସେହି ଅପରୁବଟା (୯)। । ।
ରୋଜାଲିନ ବେହେରା
କଟକ, ଫୁଲନଖରା
୭୩୭୭୯୩୧୩୮୦
No comments:
Post a Comment