ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଶ୍ରୀ ପଦ୍ମନ ରଣା , ବରଗଡ଼

*** ରାକ୍ଷୀ **

ସ୍ନେହ ଶ୍ରଦ୍ଧା ଧରି
ରକ୍ଷା ଖାଣ୍ଟି ଡୋରି
ଭାଇ ହାତେ ବାନ୍ଧେ
ଭଉଣୀ ଆଦରି   ।
ରକ୍ଷକ ଜଗତେ
ବିପଦେ ଆପଦେ
ଭଗ୍ନୀ ପାଇଁ ଠାଣେ
ବରଦା ସର୍ବଦେ   ।।୧।।

ଚାଷୀ ଆପଣାର
ଫସଲ ସର୍ବସ୍ୱ
ଦେବାଦେବୀ ଭାବି
ଅତୁଟ ବିଶ୍ୱାସ  ।
ପେଟ ପାଇଁ ଆଶା
ରାକ୍ଷୀ ଟିଏ ବାନ୍ଧେ
ଧୂପ ଦୀପ ଦେଇ
ସେ ନମଇ ବନ୍ଦେ  ।।୨।।

ଦେଶ ପ୍ରାନ୍ତେ ବୀର
ରକ୍ଷାରେ ଆତୁର
ରକ୍ଷା ଟିକ ପାଇଁ
ଭଉଣୀ କାତର  ।
ଯେ'ଭାଇ ରକ୍ଷକ
କିବା ତା'କୁ ଭୟ
ଆନ୍ତରିକ ଭାବ
ଦେଶେ ଥାଉ ଲୟ  ।।୩।।

ପବିତ୍ର ଏ ଡୋରି
ଆର୍ଯାବର୍ତେ ଜାରି
ତୋଡ଼ି ନ'ପାରିବେ
ଅସାଧୁ ବେପାରୀ  ।
ପୁଣ୍ୟତୋୟା ମାଟି
ଗାଏ ଆଜି ଗୀତି
ଭାରତବାସୀଙ୍କ
ଏ ଖୁସିର ତିଥି  ।।୪।।
==========
ଶ୍ରୀପଦ୍ମନ ରଣା(ଚାଷୀ) ଗ୍ରା-ଗୌଡ଼ମାଲ ବ୍ଲକ-ଝାରବନ୍ଧ ଜିଲ୍ଲା -ବରଗଡ଼
7974856562

No comments: