" ପବିତ୍ର ଏ ମୋ ଜନ୍ମଭୂମି "
++++++++++++++++++
ପବିତ୍ର ଏ ମୋ ଜନମ ଭୂମି
ଭାରତମାତାର ଏ ସୁନ୍ଦର ଧରଣୀ
ଜନମିଛନ୍ତି ଏଠି କେତେ ଯେ ମହାପୁରୁଷ
ଦେଖାଇ ଯାଇଛନ୍ତି ନିଜ ମହାନ କରଣୀ.....!!
ବନ ,ଗିରି,ପର୍ବତ ଏ ଅପୂର୍ବ ଧାରା
ଭାରତର ଏ ପୁଣ୍ୟ ଭୂଇଁରେ
ଜନମେ ଲଭି ତୃପ୍ତି ହୋଇଛି ଆତ୍ମା ପରା
କିଏବା ହୋଇ ପାରିବ ଭାରତମାତାର ସରା......!!
ଯାହା ହୋଇ ନାହିଁ ଏ ବିଶ୍ଵରେ
ତାହା ହୋଇଛି ସମ୍ଭବ ଏ ଭାରତ ଭୂମିରେ
ନିଃଶ୍ୱାସ ଚାଲିଛି ଏଠି
ବିଶ୍ୱାସ ଭିତ୍ତିରେ......!!
ଶାନ୍ତି,ମୈତ୍ରୀର ପ୍ରତୀକ ଏ ମୋ ଜନମଭୂମି
କାଶ୍ମୀରୀ ଠାରୁ ବ୍ୟାପ୍ତ କନ୍ୟା କୁମାରୀ
ଜାଣ ଏ ମୋ ଭଉଣୀ ଭାଇ
ସାଗର ବକ୍ଷରେ ମିଳିତ ହୁଏ ଆମ ଏ ଦେଶର ନଈ.....!!
କରୋନା ମହାମାରୀ ଆଜି ହୋଇଛି ଉପସ୍ଥିତ
ଏ ମୋ ଭାରତମାତାର ଭୁଇଁରେ
କିନ୍ତୁ ଲଢ଼ିବା ଆମେ ହୋଇ ଏକତ୍ରିତ
ବିଜୟ ଲାଭ କରିବା ଆମେ ଏଥିରେ......!!
ଚୀନ୍ କରିଛି ଆକ୍ରମଣ ଆମ ଭାରତ ଭୂଇଁରେ
ବିଦେଶୀ କୁ ଦେବା ନାହିଁ ଇଞ୍ଚେ ବି ସ୍ଥାନ
ଚାଇନିଜ୍ ଦ୍ରବ୍ୟ କରି ବର୍ଜନ,ଲଢ଼ିବା ଆମେ ଚୀନ୍ ବିପକ୍ଷରେ
ଆତ୍ମନିର୍ଭର ହୋଇ ନିଜ ଜନ୍ମଭୂମିକୁ କରିବା ଗର୍ବିତ
ଦୃଢ଼ ସଂକଳ୍ପ ନେବା ନିଜ ମନ ଭିତରେ......!!
ଆକାଶ,ମାଟି ପାଣିରେ
ଏ ପୂର୍ଣ୍ଣ ଆବରଣ
ସବୁଜ ଜୀମାରେ ପୁଲୋକିତ
ଭାରତର ଏ ପର୍ଯ୍ୟାର୍ବରଣ......!!
ବିବିଧ ଧର୍ମର ସମାହାର
ଏ ଯେ ମୋ ଭାରତ ଭୁଇଁ
ବିବିଧ ଭାଷାର ସମିଶ୍ରଣ
ଏ ମୋ ଜନମ ଭୂଇଁ.........!!
ସଂସ୍କୃତିର ଏ ବଳିଷ୍ଟ ଦେଶ
ପୁଣ୍ୟ ଭରା ଏ ମାଟି
ଗୁଋଷିଶ୍ୟ ପରମ୍ପରାରେ ଏଠି ମିଳେ ଆଶିଷ
ଧନ୍ୟ ଏ ମୋ ଜନମ ମାଟି......!!
ସ୍ନେହ ,ପ୍ରେମରେ ଭରା ଏ ମୋ ଦେଶ
ମନରେ ନଥାଏ ଏଠି କାହାର ରୋଷ
ସବୁଜ ଜୀମାରେ ଏଠି ପ୍ରାପ୍ତ ହୁଏ ଅନେକ ପ୍ରକାର ଚାଷ
ଚସାଭାଇ ମନେ ଥାଏ ଆନନ୍ଦର ରସ.......!!
ବିଶାଳ ଦୁନିଆରେ ଏ ମୋ ଛୋଟିଆ ଦେଶ
ଦେଶ ଭିତରେ ଅଛି ମୋ ଓଡିଶା ରାଜ୍ୟ ବିଶେଷ
ରାଜ୍ୟ ଭିତରେ ପାଇଛି ମୋ
ଖୋର୍ଦ୍ଧା ଜିଲ୍ଲାର ଆଶିଷ......!!
ଖୋର୍ଦ୍ଧା ଜିଲ୍ଲାର ଜନମି ଅଛନ୍ତି
କେତେ ଯେ ପାଇକ ବୀରପୁରୁଷ
ନିଜ ଜୀବନକୁ ଖାତିର ନକରି
ବୃଦ୍ଧି କରିଛନ୍ତି ଖୋର୍ଦ୍ଧାର ମାନ,ଯଶ......!!
ଧନ୍ୟମନେ ହୁଏ ଏ ମୋ ମନ ଭିତରେ
ଜନମ ପାଇଛି ମୁଁ ଏ ପବିତ୍ର ଭୂମିରେ
ମହାନ୍ ଇତିହାସ ପାଇଛି ଏ ମୋ ଖୋର୍ଦ୍ଧା ଜିଲ୍ଲାର
ଆଜି ବି ପ୍ରବାହିତ ହୁଏ ବୀର। ରକ୍ତ
ଏ ଖୋର୍ଦ୍ଧା ଗଡର ଲାଲ୍ ମାଟିରେ.........!!
ଲେଖିକା - ମଧୁସ୍ମିତା ସେନାପତି
ସ୍ଥାନ - ଭୁବନେଶ୍ୱର, ଖୋର୍ଦ୍ଧା
ତାରିଖ -୧୨/୦୭/୨୦୨୦
ପିନ୍ ନଂ-୭୫୨୦୧୮
ଫୋନ୍ ନଂ-୮୧୧୭୯୯୦୫୭୮
No comments:
Post a Comment