ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ପ୍ରଦ୍ୟୁମ୍ନ ପଟ୍ଟନାୟକ , ଖୋର୍ଦ୍ଧା

  :: ମୋ ଜନ୍ମ ଭୂମି ::

ଜନନୀ ର ସମ ଜନ୍ମଭୂମି ଆମ
ସ୍ନେହମୟୀ ପୂଜନୀୟା
ଗାଆଁ ରାଜ୍ୟ ଦେଶେ ଭିନ୍ନ ଭିନ୍ନ ବେଶେ
ଏକା ସେହି ମାଟି ମାଆ

ତାର ବନ ବିଲ ନଦ ନଦୀ ଜଳ
ତୋଷଇ ସକଳ ଜନ
ଯୋଗାଇଛି ପେସା ମେଣ୍ଟାଉଛି ତୃଷା
ଗଢିଅଛି ଏ ଜୀବନ

ସୂର୍ଯ୍ୟ ଚନ୍ଦ୍ର ତାରା ଶୀତ ବର୍ଷା ଖରା
କି ସୁନ୍ଦର ତାର ଆଭା
ଉତୁଙ୍ଗ ଶିଖର ମହୋଦଧି ତିର
ବଢ଼ାଉ ଥାନ୍ତି ଯା ଶୋଭା

ଦେଖିତା ଉନ୍ନତି ଉଲ୍ଲସିତ ମତି
କରିବାକୁ ତାର ସେବା
ଆସେ ଯେବେ ଅରି ପ୍ରତିହତ କରି
ପଣକରି ପ୍ରାଣ ଦେବା

ରହି ପ୍ରବାସରେ ମାନପକ୍ଷୀ ଝୁରେ
ଛୁଇଁବାକୁ ଜନ୍ମ ମାଟି
ଅନ୍ତିମ ଜୀବନ ହୋଇବ ଯେ ଧନ୍ୟ
ତାର କୋଳେ ଗଲେ ଲୋଟି।



ପ୍ରଦ୍ୟୁମ୍ନ ପଟ୍ଟନାୟକ
ଭୁବନେଶ୍ୱର

No comments: