ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଜନ୍ମଭୂମି - ବିଚିତ୍ରାନନ୍ଦ ଜେନା , ଭଦ୍ରକ

     :: ଜନ୍ମଭୂମି ::

ଏଇ ମାଟି ଆମ ଜନମ ଭୂଇଁ 
କେହି ନୁହଁ ତାର ସରି 
ତାର ଇତିହାସ ଗୌରବ କଥା 
ଶୁଣିଯାଏ ପେଟ ପୁରି    l

ବାଜି, ଧରମା ଆମ ଏ ମାଟିର 
ରଖିଛନ୍ତି ପରା ଟେକ 
ପାହାଡ ଜଙ୍ଗଲ,  ଝରଣା, ନଇ
ଦିଏ ସରଗର ସୁଖ    l

କେତେଯେ ଲେଖକ କବି ସାମ୍ବାଦିକ 
ତା କୋଳରେ ଜନମ ନେଇ 
ଅମର କରିଲେ ଲେଖନୀ ତାଙ୍କର 
କଳନା ତାଙ୍କରି ନାହିଂ. l

       ବିଚିତ୍ରାନନ୍ଦ ଜେନା 
       ଭଦ୍ରକ

No comments: