ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ସୁଧାଂଶୁ କୁମାର ତ୍ରିପାଠୀ ,ଗଞ୍ଜାମ

       :: ସମ୍ପର୍କ ::

ମନ ହୃଦୟ ର ମିଳନେ ସମ୍ପର୍କ
ଦେଇଥାଏ ସ୍ୱର୍ଗ ସୁଖ,
ବିଶ୍ୱାସ ରେ ଭରା ଅଚିହ୍ନା ଅଜଣା
ଗଢଇ ସ୍ନେହ କୋଣାର୍କ......।

ଅବିଶ୍ୱାସେ ପୁଣି ଅବିଶ୍ରାନ୍ତ ଧାରେ
ଭିଜିଥାଏ ତନ ମନ,
ସମ୍ପର୍କ ମାଧ୍ୟମେ ଏକ ଡୋରେ ବନ୍ଧା
ଭକ୍ତ ସହ ଭଗବାନ.......।

ସମ୍ପର୍କେ ସମ୍ଭବ ଅତୁଟ ବନ୍ଧନ
ସ୍ନେହ ମମତାର ଢେଉ,
ସମ୍ପର୍କରେ ମିଳେ ମୁକତିର ପଥ
ଚିନ୍ତୁଥିଲେ ମହାବାହୁ........।

ମଶାଣି ବୁଝେନା ସମ୍ପର୍କ ର ଅର୍ଥ
ମଧୁର ମିଳନ ସ୍ପର୍ଶ,
ଜୀବନ ଯୁଦ୍ଧରେ ହାରିବା ଜିତିବା
ଅଛି ଥିବ ଅବଶୋଷ........।

ନିସଙ୍ଗ ଜୀବନେ ପୁଷ୍ପ ବରର୍ଷିବ
ସମ୍ପର୍କ ର ହୁଅ ଦାସ
ଭୁଲି ଅଭିମାନ ହେଲେ ସମର୍ପଣ
ଓଠେ ଭରେ ଚିର ହସ.......💐💐।

ସୁଧାଂଶୁ କୁମାର ତ୍ରିପାଠୀ
ଗଞ୍ଜାମ
7789991862,6372178771

No comments: