ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - କାଳନ୍ଦୀ ମଲିକ , ଯାଜପୁର

🤝~~ ସଂପର୍କ ~~🤝

ସଂପର୍କ, ଜୀବନର ଗଭୀର ସାଗରରେ
ନୌକା ସମ ସାହାରା ଟିଏ, 
କେବେ ପୁଣି ଉମା ଅନ୍ଧକାରେ 
ଆଲୋକ ର ଦୀପ ଶିଖା ଟିଏ। 
କବେ ଗଢ଼ି ହୁଏ ରକତ ଧାରା ରେ ତ, 
ଆଉ କେବେ, କୈବଲ୍ୟ ଆଧାର ରେ, 
ଏଇ ସଂପର୍କ ଅସରନ୍ତି ସାଇତା ପୁଞ୍ଜି ଟିଏ। ..... ।୧। 

କେବେ ସେ ବନ୍ଧନ ପ୍ରେମ, ସ୍ନେହ, ମମତା ର
କେବେ ପୁଣି ସ୍ତମ୍ଭ ଟିଏ ଅତୁଟ ବିଶ୍ବାସ ର
ହ୍ରୁଦୟ ର ବଗିଚା ରେ
ସଂପର୍କ, ଅର୍ଦ୍ଧ ପ୍ରସ୍ପୁଟିତ ଗୋଲାପ ଟିଏ। ....। ୨। 

ମାତ୍ର, 
ଏ ଖଳ ଦୁନିଆ ରେ
ସଂପର୍କ ର ପରିଭାଷା ଟିକେ ବଦଳିଛି। 
ସଂପର୍କ ର ପରିମାପ ଆଜି ସ୍ବାର୍ଥ ସାଜିଛି। 
କେବେ ଗଢ଼ି ଥିଲା ଯେ, ବନ୍ଧୁ ର ସ୍ପର୍ଶ ରେ
ହାତ ର ଦୁଇ ଆଙ୍ଗୁଳି ଆଜି ଲିଭେଇ ଚାଲୁଛି। 
ମଣିଷ ଆଜି ଅଗ୍ରସର ଧୋକା ର ପଥରେ।....। ୩। 

କେବେ ପୁଣି ହତବାକ ସେ
କ୍ରୋଧ, ଇର୍ଷା, ଆଉ ଲୋଭ ରେ
କେବେ କଳୁଷିତ ହୁଏ, 
ପାପି ପାପ ନଜର ରେ
ଏ ଅହଂକାରୀ ମଣିଷ ର
ସଂପର୍କ, ବାସ କରେ ସ୍ବାର୍ଥରେ।... ।୪।

          କାଳନ୍ଦୀ ମଲିକ
ସଡାମ୍ବା,ପ୍ରଥମାଖଣ୍ଡି, ଯାଜପୁର

No comments: