ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ଦେବଦତ୍ତ ପ୍ରଧାନ , ପୁରୀ

    :: ବୃକ୍ଷ ମୋର ବନ୍ଧୁ ::

ବୃକ୍ଷ ନାରାୟଣ ସୃଷ୍ଟିରକାରଣ
     ଯୁଗେଯୁଗେ ଜୀବବନ୍ଧୁ।
ଫୁଲଫଳ ମୂଳ ପତ୍ରଅବା ଡାଳ
    ପ୍ରକୃତିର ପ୍ରାଣବିନ୍ଦୁ।।
ବୃକ୍ଷପରିଜନ ବୃକ୍ଷଆମଧନ
ବୃକ୍ଷ ସୁଗନ୍ଧ ଚନ୍ଦନ
ପରିବେଶ ରଖେ ସ୍ବଶ୍ଚନିରିମଳ
ଯାଚି ଦିଏ ଅମ୍ଳଯାନ।।
ଏ ଘର କରଣା କବାଟ ପଲଙ୍କ
କେତେ ନିତ୍ୟ ସାଜସଜା।
ପଞ୍ଚାଙ୍ଗ ତାହାର ଅଟଇ ଅମୃତ
ଅନୁଭବୀ ଜାଣେ ମଜା।।
ବୃକ୍ଷ ପୂଜାବିଧି ଜଗତେ ପ୍ରସିଦ୍ଧି
ବୃକ୍ଷର ଅମୁଲ୍ୟଗୁଣ।
ତାହାରି ମଲାଙ୍ଗ ଦେବତାର ଅଙ୍ଗ
ହରେନବଗ୍ରହ ବାଣ।।
ବୃକ୍ଷ ମହୋଷଧି ଦାନ ତା ପ୍ରସିଦ୍ଧି
ଚରକ ସଂହିଁତା ଦେଖ
ନବ ସମିଧ ସେ ପ୍ରଦାନ କରଇ
ସାଧୁ ସନ୍ଥ ରୂପରେଖ।।
ଗଜ ମଲେ ଲକ୍ଷେ ବଞ୍ଚିଲେ ବି ଲକ୍ଷେ
ସେହି ପରି ବୃକ୍ଷବନ୍ଧୁ।
ତା ଛାୟା ଶୀତଳ ଜଗତେ ମଙ୍ଗଳ
ଜତୀୟ ସଂହତି ବିନ୍ଦୁ।।
ବନ ମହୋତ୍ସବ କାଗଜ କଲମେ
ଚଲୁଅଛି ରାଜନିତୀ।
ଏ ମଣିଷ ଜାତି କାହିଁକି ଭୂଲନ୍ତି
ଚାଖିତାର ବନଷ୍ପତୀ।।
ଆସ ମିଳି ମିଶି ବୃକ୍ଷଦେବାରୋପି
ଗଛ ଆମ ପିତାମାତା।
ପୁତ୍ରସମ ତାକୁ ପାଳନ କରିବା
ହେବା ଆମେ ଜଗଜିତା।।
ସବୁଜ ଗାରମା ହେଉ ଆମ ଗାଆଁ
ବିଶ୍ବ
ହେଉ ମଧୁମୟ।
ବୃକ୍ଷସମ ବନ୍ଧୁ ଜଗତେ ନାହିଁ`ଟି
ଏହି ଆମ ପରିଚୟ।।
ଚନ୍ଦ୍ରସୂର୍ଯ୍ୟ ତାରା ଯେତେଛନ୍ତି ପରା
ସଭିଙ୍କ ନଜର ତାରେ
ପୃଥିବୀ ମାତାର ବୁକୁଚିରିକରି
ଧରିଛି ତାକୁ ଆଦରେ।।
ବୃକ୍ଷ ଆମବନ୍ଧୁ ଶୋଷାତ୍ତର୍ୀର ସିନ୍ଧୁ ଏକ ବୃକ୍ଷ କୋଟିପ୍ରାଣ।
ଦାରୁ ଦେବତା ସେ ନୀଳାଚଳେ ବିଜେ
ତେଣୁ ଆମ ଗଣ୍ଠିଧନ।।ଓଁ।।


କବି ଦେବଦତ୍ତ ପ୍ରଧାନ

ଗ୍ରାମ,ରଘୁରାଜପୁର ଚନ୍ଦନପୁର ପୁରୀ,୭୮୯୪୬୫୭୦୫୮

No comments: