*🙏 ବୃକ୍ଷ ମୋର ବନ୍ଧୁ 🙏*
ମିଳିମିଶି ଆସ ଏକ ହୋଇ ଆମେ
ବୃକ୍ଷ ଚାରା ଲଗେଇବା
ବୃକ୍ଷ ପରି ବନ୍ଧୁ ଜଗତରେ ନାହିଁ
ତାର ଗୁଣ ଗାଉଥିବା।
ପତ୍ର ଫୁଲ ଫଳ ଧାରଣ କରିଛ
ଜଗତର ହିତ ଲାଗି ।
ନର ପଶୁ ପକ୍ଷୀ ପ୍ରାଣରେ ସଞ୍ଚାର
କରିଅଛ ଅମ୍ଳଜାନ
ଖାଦ୍ୟ ବାସଗୃହ ବସ୍ତ୍ର ନିର୍ମାଣରେ
କରୁଛ ଶରୀର ଦାନ ।
ମାଟି ସଂରକ୍ଷଣ ବରଷା ଭିଆଣ
ଚାଷ କ୍ଷେତ୍ରେ ଅବଦାନ
ପରିବେଶ ରକ୍ଷା ଜୀବନ ସୁରକ୍ଷା
କ୍ଷେତ୍ରେ ତୋ ଦାନ ମହାନ ।
ଧନ୍ୟ ତୁମେ ବୃକ୍ଷ ଧନ୍ୟ ତୁମ କର୍ମ
ଧନ୍ୟ ଜୀବନ ତୁମର
ପର ହିତ ପାଇଁ ଦେଉଛ ପରାଣ
ତୁମକୁ କୋଟି ଜୁହାର ।
ବିଶ୍ଵ ପରିବେଶ ଦିବସରେ ଆସ
ସଭିଏ ହୋଇବା ମେଳ
ଗଛ ଲଗାଇବା ଯତ୍ନ ନେଲେ ହେବ
ପରିବେଶ ନିରିମଳ ।
ବୃକ୍ଷ ହିଁ ଆମର ଜୀବନ ସରିତା
କର ସାଧୁଜନେ ଜଙ୍ଗଲ କୁ ରକ୍ଷା।
ବାଘଭାଲୁ ହାତୀ ଶରୀସାପ ଯେତେ
ଆନଂଦ ପାଳୁଛି ତୋ ପାଖରେ।
ମନ ପରିବେଶ ସାକ୍ଷାତ ଈଶ୍ବର
ସତ୍ୟଶିବ ସୁନ୍ଦର ମଧୁର ମୟ।
:::::::::::::::::::::::::::::::::::::::::::::::
ତାମର ଦିନବନ୍ଧୁ
*ଗଞ୍ଜାମ / ଓଡିଶା
*ଫୋନ. 9776673200
ବୃକ୍ଷ ମୋର ବନ୍ଧୁ - ତାମର ଦିନବନ୍ଧୁ , ଗଞ୍ଜାମ

Reviewed by ସାହିତ୍ୟ ଜୀବନ
Published:
Rating : 4.5
Published:
Rating : 4.5
No comments:
Post a Comment