ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ଦେବଦତ୍ତ ପ୍ରଧାନ , ପୁରୀ

    :: ସମ୍ପର୍କ ::

------------------------
ଶ୍ରୀକୃଷ୍ଣ ସୁଦାମା       ସଂପର୍କ ହେତୁ
    ଲଳିତା ସେ ମୀରାଵାଇ
ଅନ୍ଧ ପିତାମାତା    ଶ୍ରଵଣ କୁମାର
    ସମ୍ପର୍କର କାଳଜୟୀ।।

ଶାହାଜାନ୍ ରାଜା     ବଜାଇଣ ଵାଜା
     ରଚିଗଲେ ଇତିହାସ
ପ୍ରୀତି ପୁଲକର      ସ୍ମାରକୀ ସ୍ୱରୂପ
     ତାଜମେହେଲର ଦୄଶ୍ୟ।।
ନିତାଇ ଗଉର     ଅପରୂପ କାନ୍ତି
   ବୁହାଇ ଅମୄତ ଧାର
ଛଳ କପଟତା      ତେଜିଣ ସାଧୁତା
    କଳିଯୁଗେ ହେଲେ ସାର।।
ନାମ ସଂକୀର୍ତ୍ତନ    କରି ମୂଳଧନ
ସ୍ନେହ ଵୀଜ ବୁଣି ଦେଲେ
ଭାଵ ପରସ୍ପର     ହସିବ ସଂସାର
     ସମ୍ପର୍କର ସମତୁଲେ।।
ଆମ ଜଗନ୍ନାଥ     ଅନାଥର ନାଥ
   ସମ୍ପର୍କର ଡୋରୀ ଧରି
ଭକତଙ୍କୁ ଡାକେ   ଆସ ଆସ ଧନ
ବଡ଼ଦାଣ୍ଡେ କୋଳା କୋଳି
ଆମରି ପୂର୍ବଜ    ପ୍ରଜାନି ରଞିତ
   ଵରାଶ ବଢେଇ କୂଳ
ସମ୍ପର୍କର  ପଗ   ଛିଣ୍ଡାଇ  ନାହାଁନ୍ତି
    କୋଣାର୍କ ବଡ଼ ଦେଉଳ।।
ଚଇତ ସରିଲେ      କୋକିଳ ଗାଏନା
    ହଜିଲା ସ୍ୱପ୍ନ ମିଳେନା
ସମ୍ପର୍କ କାଳରେ      ଗାର ପଡିଗଲେ
   କେବେ ସେ ଯୋଡ଼ି ହୁଏନା।।

ପିତାମାତା ଭାଇ      ଭଗ୍ନୀ ସହୋଦର
    ଯେତେ ସବୁ ପରିଜନ
ସମ୍ପର୍କ ରଜ୍ଜୁରେ   ଗୁନ୍ଥା ଏ ଜୀବନ
   ଫିଟିଗଲେ ମୂଲ୍ୟ ହୀନ।।
କେତେ ଦୂରେ ପଦ୍ମ   କେତେ ଦୂରେ ରବି
   କେବେନୁହେଁ ଆନମନା
ପ୍ରକୄତି ରାଣୀର।    ଶିକ୍ଷା ଗନ୍ତାଘର
    କେବେ ବୁଝିବ ଭାବନା।।
ଅନ୍ଧ ଲଉଡିର     ସମ୍ପର୍କ ଯେପରି
   ଚାଲୁଥାଏ ପଥ ଚାରି
ମଣିଷ ଜାତି ତୁ      କେବେ ଶିଖିଵୁ ତୁ
   ଫେରିଵୁ ଗୋତ୍ର ସୁମରି
ସମ୍ପର୍କ ଵଢାଏ    ସମ୍ପତି ଆୟୁଷ
   ଭାଙ୍ଗିଗଲେ ଅହଂକାର
ଦେଶ ମାତୄକାର  
ଜୟ ଜୟକାର
    ଵାଜୁଥିବ କଣ୍ଣେ୍ ତୋର

ସମ୍ପର୍କ କୁଣ୍ଡରେ      ଵିଷ ଏଡିଗଲେ
    ସଵୁ ହୁଏ ନଷ୍ଟଭ୍ରଷ୍ଟ
ଆମ ସମ୍ବିଧାନ    ସଵୁଠୁ ମହାନ
     ବିଶ୍ୱ ମୈତ୍ରୀ ଐକ୍ୟ ରାଷ୍ଟ୍ର
ବିଶ୍ୱାସ ଚାନ୍ଦିନୀ   ସମ୍ପର୍କ ମେଦୀନି
   ଭେଦି ଥାଉ ଆଭେଦ୍ୟ କୁ
ଏହି ଗୁଣବତ୍ତା       ଧରିଥା  ଜାଵୁଡି
    ରହିବା କାଳ କାଳକୁ
ସମ୍ପର୍କ ଗଜଲ    ଗୀତି ଗାଇ ଚାଲ
   ବିଶ୍ୱ ହେଉ ମଧୁମୟ
ଏହି ଅସୀଧାର   ଲଘୁଂ ପାରାଵୀର
      ଆମେ ପରା ଭାରତୀୟ
     ------୦------

କବି:- ଦେବଦତ୍ତ ପ୍ରଧାନ
ସା:-ରଘୁରାଜପୁର
ପୋ:- ଚନ୍ଦନପୁର
ଜିଲ୍ଲା:- ପୁରୀ
ପିନ୍:-୭୫୨୦୦୨

No comments: